ଶ୍ରୀମୟୀଙ୍କ ଟାରର୍ଗେଟ୍‌ରେ ପ୍ରତାପ ଜେନା

ଶ୍ରୀମୟୀଙ୍କ ଟାରର୍ଗେଟ୍‌ରେ  ପ୍ରତାପ ଜେନା

ଭୁବନେଶ୍ୱର : ଶ୍ରୀମୟୀଙ୍କ ଟାରର୍ଗେଟ୍‌ରେ ବିଜେଡ଼ି ଉପ ସଭାପତି ପ୍ରତାପ ଜେନା । ସେ ଟାରର୍ଗେଟ କରି ସୋସିଆଲ ମିଡ଼ିଆରେ କହିଛନ୍ତି ଯେ, ଜୟ ଢୋଲକିଆ, ସ୍ୱର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ରକ୍ତ ନୁହେଁ ବୋଲି ଶ୍ରୀ ପ୍ରତାପ ଜେନା କହୁଛନ୍ତି । ତାହେଲେ ଭଣ୍ଡ ସନ୍ନ୍ୟାସୀଙ୍କ ଦେହରେ କେଉଁ ଓଡିଆ ମହାପୁରୁଷଙ୍କର ରକ୍ତ ଅଛି ବୋଲି ସେ ଅନୁଭବ କରି ତାଙ୍କ ଆଦେଶକୁ ମାନୁଛନ୍ତି । ରାଜନୀତି କରନ୍ତୁ କିନ୍ତୁ ପଶ୍ଚିମ ଓଡିଶାର ଟାଣୁଆ ନେତା ସ୍ୱର୍ଗତଃ ଢୋଲକିଆଙ୍କ ଆତ୍ମାକୁ ବାଧିଲା ଭଳି ବକ୍ତବ୍ୟ ରଖନ୍ତୁ ନାହିଁ କି ତାଙ୍କ ପରିବାରର ଭାବାବେଗ ସହ ଖେଳନ୍ତୁ ନାହିଁ । ମାନବିକତା ରାଜନୀତିଠୁ ବହୁ ଉପରେ । ଏହି ସଂସ୍କୃତି ଆମକୁ ଏହି ଶିକ୍ଷା ଦିଏ ।