ଷଷ୍ଠ ଓଡ଼ିଶା ଟ୍ରାଭେଲ୍ ବଜାର ଆରମ୍ଭ : ବିଶ୍ୱ ମଞ୍ଚରେ ନିଜର ପରିଚୟ ସୃଷ୍ଟି କରିଛି ଓଡ଼ିଶା 

 ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି)ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଷଷ୍ଠ ଓଡ଼ିଶା ଟ୍ରାଭେଲ ବଜାର ଆଜିଠାରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି । ଏହି ତିନି ଦିନିଆ କାର୍ଯ୍ୟକ୍ରମର ଉଦେ୍ଦଶ୍ୟ ହେଉଛି ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ କାର୍ଯ୍ୟକ୍ରମକୁ ପ୍ରୋସôାହିତ କରିବା ଏବଂ ସମଗ୍ର ବିଶ୍ୱର ଅଂଶୀଦାରମାନଙ୍କ ମଧ୍ୟରେ ବ୍ୟବସାୟିକ ସହଯୋଗକୁ ପ୍ରୋସôାହିତ କରିବା । କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି ମାନ୍ୟବର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଓଡ଼ିଶାର ସ୍ୱତନ୍ତ୍ରତା ଉପରେ ଆଲୋକପାତ କରିଥିଲେ ।  ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପର୍ଯ୍ୟଟନ କ୍ଷେତ୍ରରେ ଘରୋଇ କ୍ଷେତ୍ରର ଅଂଶଗ୍ରହଣ ଉପରେ ଗୁରୁତ୍ୱାରୋପ କରିଥିଲେ । ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଆଇଏଏସ୍ ମନୋଜ ଆହୁଜା ଅର୍ଥନୈତିକ ବିକାଶରେ ପର୍ଯ୍ୟଟନର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ । ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗର କମିଶନର କମ ସଚିବ ବଲୱନ୍ତ ସିଂହ ଓଡ଼ିଶାର ବିବିଧ ପର୍ଯ୍ୟଟନ ସ୍ଥଳୀ ଏବଂ ଭିତ୍ତିଭୂମି ଉପରେ ଗୁରୁତ୍ୱ ଦେଇ ସରକାରଙ୍କ ଦୃଷ୍ଟିକୋଣକୁ ଆଲୋକପାତ କରିଥିଲେ । ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗନିଦେ୍ର୍ଦଶକ ଆଇଏଏସ୍ ସମର୍ଥ ବର୍ମା ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ସୁଦୃଢ଼ କରିବାଦିଗରେ ହୋଇଥିବା ଅଗ୍ରଗତି ସମ୍ପର୍କରେ ଉଲ୍ଲେଖ କରିଥିଲେ । ଫିକି ପର୍ଯ୍ୟଟନ କମିଟିର ସହ ଅଧ୍ୟକ୍ଷ ତଥା ଏଚ୍ଆର୍ଏଓର ଲାଇଫ୍ ଟାଇମ୍ ଅଧ୍ୟକ୍ଷ ଜେକେ ମହାନ୍ତି ଆସନ୍ତା ବର୍ଷର କାର୍ଯ୍ୟକ୍ରମରୁ ଟ୍ରାଭେଲ ଏଜେଣ୍ଟ ଏବଂ ଟୁର୍ ଅପରେଟରମାନଙ୍କୁ ଅତି କମ୍ରେ ୭ ରାତି ଓଡ଼ିଶାରେ ରହିବାକୁ ଆମନ୍ତ୍ରଣ କରିବାକୁ ପ୍ରସ୍ତାବ ଦେଇଥିଲେ ।