‘କିଷାନ ସମ୍ମାନ ସମାରୋହ’ରେ ଧର୍ମେନ୍ଦ୍ର
ସମ୍ବଲପୁର/ଭୁବନେଶ୍ୱର : ସୋମବାର ସମ୍ବଲପୁର ଠାରେ ପିଏମ୍ କିଷାନ ସମ୍ମାନ ନିଧିର ୬ ବର୍ଷ ପୂର୍ତ୍ତି ଅବସରରେ ‘କିଷାନ ସମ୍ମାନ ସମାରୋହ’ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥିଭାବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇଥିଲେ । ସେ ତାଙ୍କ ଉଦ୍ବୋଧନରେ କହିଥିଲେ କି, ସମ୍ବଲପୁର ଜିଲ୍ଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଧାରିତ ଲକ୍ଷ୍ୟରୁ ଅଧିକ ଧାନ କିଣାଯାଇଛି, ଯାହା ଡବଲ ଇଞ୍ଜିନ ସରକାରର ଚାଷୀଙ୍କ ପ୍ରତି ଥିବା ପ୍ରତିବଦ୍ଧତାର ପ୍ରତିଫଳନ । ଏହା ସହିତ ସେ ଆହୁରି କହିଛନ୍ତି କି, ଡବଲ ଇଞ୍ଜିନ ସରକାରରେ ସମ୍ବଲପୁର ଜିଲ୍ଲାର ୧ ଲକ୍ଷ ୨୦ ହଜାର ଚାଷୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଓ ମୁଖ୍ୟମନ୍ତ୍ରୀ କିଷାନ ଯୋଜନାରେ ୧୨୦ କୋଟି ଟଙ୍କା ଲାଭ ପାଇଛନ୍ତି । ନିର୍ଦ୍ଧାରିତ ଲକ୍ଷ୍ୟ ଠାରୁ ଅଧିକ ଧାନ କିଣିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ।