ଷ୍ଟାଣ୍ଡିଂ କମିଟିର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା

ଓଡ଼ିଶା ସରକାରଙ୍କ ଅଷ୍ଟମ ଷ୍ଟାଣ୍ଡିଂ କମିଟି ରାୟଗଡ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନକାର୍ଯ୍ୟର ସମୀକ୍ଷା କରିଛନ୍ତି ।  ବିଧାୟକ ମନୋହର ରନ୍ଧାରୀଙ୍କ ନେତୃତ୍ୱରେ ବିଧାୟକ ସମୂହ  ଦାଶିରଥୀ ଗମାଙ୍ଗ, ରୁପୁ ଭତ୍ରା, ରଘୁରାମ ମାଛ  ପ୍ରମୁଖ ରାୟଗଡ ଜିଲ୍ଲାର କୈଲାସପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୋଳାନାରା ଆଶ୍ରମ ବିଦ୍ୟାଳୟ, କୋଲନରା ସ୍ୱୟଂ ସହାୟକ ଗୋଷ୍ଠୀକେନ୍ଦ୍ର ଆଦି ବୁଲି ଛାତ୍ରଛାତ୍ରୀ ଓ ସ୍ୱୟଂ ସହାୟକ ଗୋଷ୍ଠୀ ମା’ମାନଙ୍କ ସହ ଆଲୋଚନା କରିଥିଲେ । ମୁଖ୍ୟତଃ ବିଦ୍ୟାଳୟର ପାରିପାଶ୍ୱିର୍କ ସ୍ଥିତ, ଭିତ୍ତିଭୂମି, ପରିମଳ, ଖାଦ୍ୟ ପରିଚାଳନା ଓ ଶିକ୍ଷାଦାନ ଉପରେ ପ୍ରତ୍ୟେକ୍ଷ ଭାବରେ ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀମାନଙ୍କ ବ୍ୟକ୍ତଗତ ଭାବରେ ଆଲୋଚନା କରିଥିଲେ । ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସହ ଆଲୋଚନା କରି ସେମାନଙ୍କ ସ୍ୱାବଲମ୍ବୀ ନିମନ୍ତେ ବିଭିନ୍ନ ଉପଦେଶ ଦେଇଥିଲେ  । ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ଖାଦ୍ୟ ଯୋଗାଣ, ପୋଷାକ ବିତରଣ ଆଦି ବିଷୟରେ ପ୍ରଧାନଶିକ୍ଷଙ୍କ ସହ ଆଲୋଚନା କରିଥିଲେ । ଗସ୍ତ ସମୟରେ ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ କହଁର, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଚନ୍ଦ୍ରକାନ୍ତ ମାଝୀ, ନିର୍ବାହୀ ଯନ୍ତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ । ଅପରାହ୍ନ ସମୟରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ରାୟଗଡ ଆଇଟିଡିଏ ଓ ଗୁଣୁପୁର ଆଇଟିଡିଏର ବିଭିନ୍ନ ଯୋଜନାରେ ବିଶେଷ କରି ଆର୍ଟିକିଲ ୨୭୫(୧), ରାଜ୍ୟ ସେକ୍ଟର, ପରିଚାଳନା ଓ କାର୍ଯ୍ୟକାରିତା, ପ୍ରଧାନମନ୍ତ୍ରୀ ଆଦି ଆଦର୍ଶ, ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ, ଭିତ୍ତିଭୂମି ବିକାଶ, ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନା, ସାଂସଦ ପାଣ୍ଠି, ବିଧାୟକ ପାଣ୍ଠି, ବିଜୁ କେବିକେ, କ୍ରିଟିକାଲ ଗେଫ ଫଣ୍ଡ, ଖଣିଜ ପାଣ୍ଠି, ପ୍ରଧାନମନ୍ତ୍ରୀ ଜନମନ ଯୋଜନା, ଆଦି ବିଭିନ୍ନ ଯୋଜନାରେ ପ୍ରକଳ୍ପ ଉପରେ ଆଲୋଚନା କରି ସମୀକ୍ଷା କରିଥିଲେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରେରିତ  ଅର୍ଥ ଖର୍ଚ୍ଚ ନ ହୋଇ ପଡିଥିବାରୁ ଏହାର ତୁରନ୍ତ ଖର୍ଚ୍ଚ କରିବା ନିମନ୍ତେ ନିଦେ୍ର୍ଦଶ ଦେଇଥିଲେ । ଏହି ବୈଠକରେ କମିଟିର ଅଧ୍ୟକ୍ଷଙ୍କ ସମେତ ଜିଲ୍ଲାପାଳ ପରୁଲ ପଟାୱରୀ, ଆରୋକ୍ଷୀ ଅଧିକ୍ଷକ ସ୍ୱାତୀ ଏସ୍ କୁମାର, ଅତିରକ୍ତ ଜିଲ୍ଲାପାଳ ନିହାର ରଞ୍ଜନ କହଁର ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ, ଚନ୍ଦ୍ରକାନ୍ତ ମାଝୀ, ଗୁଣୁପୁର ପିଏ ଆଇଟିଡିଏ  ଅଜୟ କୁମାର ପ୍ରଧାନ, ଜିଲ୍ଲା ଶ୍ରମ ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଅତିରକ୍ତ ମଙ୍ଗଳ ଅଧିକାରୀ, ସ୍ୱତନ୍ତ୍ର ଅଧିକାରୀ ଡିକେଡିଏ, ଚାଟିକଣା, ପାର୍ସଳୀ, ଏଲଏସଡିଏ ପୁଟାସିଂ, ଜିଲ୍ଲା ଶିଳ୍ପ କେନ୍ଦ୍ର, ଜିଲ୍ଲା ଶ୍ରମ ଅଧିକାରୀ, ଜିଲ୍ଲା ଯୋଗାଣ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଆଦିବାସୀ ଉନ୍ନୟନ ସଂସ୍ଥା, ଶ୍ରମ, ଜିଲ୍ଲା ଶିଳ୍ପ ସଂସ୍ଥା ଆଦି ବିଭାଗର ସମୀକ୍ଷା ହୋଇଥିଲା । ଦ୍ୱିତୀୟ ଦିନରେ  କମିଟି ସଦସ୍ୟମାନେ ରାୟଗଡ ବ୍ଲକର କୁମ୍ଭୀକଟା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀ ଶିକ୍ଷକମାନଙ୍କ ସହିତ ଆଲୋଚନା କରିଥିଲେ ।