ସଂଗ୍ରାମ କେଶରୀଙ୍କ ପରଲୋକ ମନମୋହନଙ୍କ ଶୋକ

 ଭୁବନେଶ୍ୱର : ବରିଷ୍ଠ ନେତା ତଥା ଅବିଭକ୍ତ କଟକ ଜିଲ୍ଲାର ପୂର୍ବତନ ଜିଲ୍ଲା ସଭାପତି ସଂଗ୍ରାମ କେଶରୀ ମହାନ୍ତିଙ୍କ ଆଜି ନିଜ ପୈତୃକ ଗ୍ରାମ ଜଗତସିଂହପୁରରେ ପରଲୋକ ଘଟିଛି  । ମୃତୁ୍ୟବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା  । ତାଙ୍କ ପରଲୋକରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ଅନେକ ବରିଷ୍ଠ ନେତୃବୃନ୍ଦ ଗଭୀର ଶୋକବ୍ୟକ୍ତ କରାଯାଇଛି  । ସ୍ୱର୍ଗତଃ ମହାନ୍ତି ୮୦ ଦଶକରେ ଦଳର କାର୍ଯ୍ୟବିସ୍ତାରରେ ଗୁରୁତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିଥିଲେ  । ବିଶେଷ ଭାବେ ଅବିଭକ୍ତ କଟକ ଜିଲ୍ଲାରେ ଦଳକୁ ତୃଣମୂଳସ୍ତରରେ ମଜ୍ଭୁତ କରିବାରେ ସ୍ୱର୍ଗତଃ ମହାନ୍ତି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ  । ସଙ୍ଗଠନକୁ ସୁଦୃଢ କରିବାରେ ତାଙ୍କ ଅବଦାନ ଚିରସ୍ମରଣୀୟ ହୋଇରହିବ  । ତାଙ୍କ ତ୍ୟାଗ ଓ ଉସôର୍ଗୀକୃତ ମନୋଭାବ କାର୍ଯ୍ୟକର୍ତାଙ୍କୁ ପ୍ରେରଣା ଯୋଗାଇବ  । ତାଙ୍କ ବିୟୋଗରେ ରାଜ୍ୟ ତଥା ବିଜେପି ପରିବାର ପାଇଁ ଅପୂରଣୀୟ କ୍ଷତି ହୋଇଛି ବୋଲି ରାଜ୍ୟ ସଭାପତି  ମନମୋହନ ସାମଲ କହିଛନ୍ତି  । ସ୍ୱର୍ଗତଃ ମହାନ୍ତିଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଏଭଳି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗ ଏବଂ ବନ୍ଧୁଜନଙ୍କୁ ଅସୀମ ଧୈର୍ଯ୍ୟ ପ୍ରଦାନ କରିବା ପାଇଁ ଶ୍ରୀ ସାମଲ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି  ।