ପରିଶ୍ରମ କେବେ ବ୍ୟର୍ଥ ଯାଏନି: ଉପମୁଖ୍ୟମନ୍ତ୍ରୀ


ାା ପ୍ରଭାନୁ୍ୟଜ୍ ।ା ଭୁବନେଶ୍ୱର : ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡା କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡି ବ୍ଲକ, ବାଡାବାଙ୍ଗା ପଞ୍ଚାୟତ ଗର୍ଜେଡି ଗ୍ରାମର ଅଙ୍ଗନବାଡି କର୍ମୀଙ୍କ ଝିଅ ଲିନ୍ସା ପ୍ରଧାନଙ୍କୁ ଭେଟି ପ୍ରେରିତ ହେବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି  । ଜୀବନର ଅନେକ ସମସ୍ୟା ଭିତରେ ସଂଘର୍ଷର ସିଢ଼ି ଚଢ଼ି ବିନା କୌଣସି ପ୍ରାଇଭେଟ୍ କୋଚିଂ ସେଣ୍ଟରର ସାହାରାରେ କେବଳ ୟୁଟୁ୍ୟବ୍ ମାଧ୍ୟମରେ ପାଠ ପଢି ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଲିନ୍ସା ଦେଖାଇ ଦେଇଛନ୍ତି ଯେ ନିଷ୍ଠାର ସହ କରିଥିବା ପରିଶ୍ରମ କେବେ ବ୍ୟର୍ଥ ଯାଏନି  । ଜନ୍ମରୁ ଦିବ୍ୟାଙ୍ଗ ହୋଇଥିଲେ ସୁଦ୍ଧା ଲକ୍ଷ ହାସଲରେ ପଛରେ ପଡ଼ିନଥିବା ଲିନ୍ସା ଅନେକଙ୍କ ପାଇଁ ପ୍ରେରଣା ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ  ।  ଆଗାମୀ ଦିନରେ ଐମକେସିଜିରେ ଡାକ୍ତରୀ ପାଠ ପଢିବାକୁ ଯାଉଥିବା  ଲିନ୍ସାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବା ସହ ମଂଡବାଡ଼ି ୟୁ.ପି ସ୍କୁଲରେ ଗଣଶିକ୍ଷକ ରୂପେ କାର୍ଯ୍ୟରତ ପିତା ଇଲିଆସ ପ୍ରଧାନ ଏବଂ ଅଙ୍ଗନବାଡି କର୍ମୀ ମାତା ରୀନା ପ୍ରଧାନ ଆର୍ଥିକ ଅଭାବ ସତ୍ୱେ ଝିଅକୁ ଭବିଷ୍ୟତ ପାଇଁ ବଡ଼ ସ୍ୱପ୍ନ ଦେଖିବା ଏବଂ ଏହାକୁ ସାକାର କରିବା ପାଇଁ ସହଯୋଗ କରିଥିବାରୁ ଧନ୍ୟବାଦ ଜଣାଇଥିଲେ ।