ସମିତିରେ ଚାଷୀ ଧାନ ଦେବାବେଳେ ମିଲରଙ୍କ କଟନି-ଛଟନି ମାଡ; ଚାଷୀଙ୍କ ପ୍ରତିବାଦ, ଆନ୍ଦୋଳନ ପାଇଁ ସଜବାଜ

ସମିତିରେ ଚାଷୀ ଧାନ ଦେବାବେଳେ ମିଲରଙ୍କ କଟନି-ଛଟନି ମାଡ; ଚାଷୀଙ୍କ ପ୍ରତିବାଦ, ଆନ୍ଦୋଳନ ପାଇଁ ସଜବାଜ

ଧାମନଗର : ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷୀ ଧାର କରଜ କରି ଚାଷ କରୀ ଅମଳ ଧାନକୁ ବିକ୍ରି ବେଳକୁ ବାତ୍ୟା ଦାନାରେ ନଷ୍ଟ ହୋଇଥିବାବେଳେ ଯାହା ବଞ୍ଚିଲା ତାହା ସମିତିରେ କଟନିରେ କାଟି ଦେବାରୁ ଚାଷୀ ଧାନକୁ ଶାଗ ମାଛ ଦରରେ ବାଧ୍ୟହୋଇ ଧାନ ବିକ୍ରି କରୁଛି । ପ୍ରକାଶ ଥାଉ କି ଚଳିତ ବର୍ଷ ଧାମନଗର ବ୍ଲକରେ ୧୬ ହଜାର ୯୩୨ ହେକ୍ଟର ଚାଷଜମିରେ ଧାନଚାଷ କରାଯାଇଥିଲା । ହେଲେ ବାତ୍ୟା ଦାନା ମାଡ ପରେ ମଣ୍ଡି ରେ ମିଲରଙ୍କ ମାଡରେ ଚାଷୀଙ୍କ ମୁଣ୍ଡ ବ୍ୟଥାର କାରଣ ହୋଇଛି । ସରକାର ଚାଷୀର ଅମଳ ଶସ୍ୟକୁ ବିକ୍ରି କରିବା ପାଇଁ ସରକାରୀ ମଣ୍ଡିରେ ବିକ୍ରୟ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରିଛନ୍ତି । ମାତ୍ର ଚଳିତ ବର୍ଷ ଧାନ ଅମଳ ଆରମ୍ଭ ହୋଇଛି । କିନ୍ତୁ ଚାଷୀ ଏବେ କଲବଲ ହେଉଛନ୍ତି । ବାତ୍ୟା ଦାନାର ପ୍ରଭାବ ଓ ଅମଳ ସମୟରେ ଅଦିନିଆ ବର୍ଷା ଚାଷୀର ମେରୁଦଣ୍ଡକୁ ଦୋହଲାଇ ଦେଇ ଅଧାରୁ ଅଧିକ ଅମଳର କ୍ଷୟକ୍ଷତି ହୋଇଥିଲା । ମାତ୍ର ଅଧିକାଂଶ ଚାଷୀ ବିହନ ତଥା ସାର ବିଭିନ୍ନ ଦୋକାନରୁ ବାକି ଓ ଧାର ଆକାରରେ କରଜ ଆଣି ବର୍ଷକ ଯାକ ପରିଶ୍ରମ କରି ଧାନଚାଷ କରି ଲାଭବାନ ହେବେ । ସେବା ସମିତିରେ ସରକାରୀ ମଣ୍ଡିରେ ଧାର୍ଯ୍ୟ ଦରରେ ବିକ୍ରୀକରି ବାକି ଥିବା ଟଙ୍କା ଶୁଝି ଦେବେ । କିନ୍ତୁ ଧାନମଣ୍ଡି ଖୋଲିବାରେ ବିଳମ୍ବ ଯୋଗୁଁ ଚାଷୀ ବାଧ୍ୟ ହୋଇ ଧାନ କୁଇଣ୍ଟାଲ ପ୍ରତି ୧୮୫୦ ରୁ ୧୯୫୦ ଦରରେ ଦଲାଲ ମାନଙ୍କୁ ବିକ୍ରି କରୁଛନ୍ତି । ମାତ୍ର ସରକାରଙ୍କ ର ଧାର୍ଯ୍ୟ ମୂଲ୍ୟ କୁଇଣ୍ଟାଲ ପ୍ରତି ୨୩୦୦ ଟଙ୍କା ସରକାରଙ୍କ ସବସିଡି ୮୦୦ଟଙ୍କାକୁ ମିଶାଇ ମୋଟ ୩୧୦୦ଟଙ୍କା ପାଇବ । ମାତ୍ର ସମିତିରେ କଟନି ଛଟିନିରେ କୁଇଣ୍ଟା ପିଛା ୮ ରୁ ୨୫ କିଲୋ କାଟିବା ନେଇ ଚାଷୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି  । ଆଜି ଧାମନଗର ସେବା ସମବାୟ ସମିତି ପରିସରରେ ଏହି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇ ଧାନ କିଣା ବନ୍ଧ ହୋଇଚି । 
ସୂଚନା ଥାଉକି ଉକ୍ତ ସମିତିର ଚାଷୀ ମାନେ ଧାନ ବିକ୍ରି ବେଳେ କଟନି ଛଟିନିରେ ଏଫ କୀୟୁ ମାନରେ ୮ କିଲୋ ଧାନ କାଟି ଦେଉଥିବାରୁ ଚାଷୀ ମାନେ ଏହାକୁ ବିରୋଧ କରି ହୋ ହାଲା କରି ପ୍ରତିବାଦ କରିଥିଲେ । ତେବେ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ପରେ ଧାନ କିଣା ପାଇଁ ଚାଷୀ ମାନେ ଦାବିକରିଥିଲେ । ତେବେ ଚାଷୀ ବୈଠକ ପରେ ନିଷ୍ପତି ହୋଇ ଧାନ କିଣା ଯିବ ବୋଲି ସମିତିର ସଂପାଦକ ବସନ୍ତ ରାଜ ସାହୁ ସୂଚନା ଦେଇଥିଲେ । ଘଟଣା ସ୍ଥଳେ ଧାମନଗର ତହସିଲଦାର ଦୀପକ ଦାସ ପହଞ୍ଚି ଆଶୁ ସମାଧାନ ପାଇଁ ମଧ୍ୟ ଉଦ୍ୟମ ଜାରି ରଖିଛନ୍ତି । ସୂଚନା ଥାଉ କି ବିଭିନ୍ନ ମଣ୍ଡିରେ ସମିତି ପକ୍ଷରୁ ଓଜନ କଣ୍ଟା,ପାନୀୟ ବେବସ୍ତା ଓ ପାଲ ବେବସ୍ତା ପାଇଁ ନିଦେ୍ର୍ଦଶ ଥିବା ବେଳେ ଉକ୍ତ ସମିତି ରେ ତାହା କରାଯାଇ ନଥିବାରୁ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।