ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ, ୪୧୭ ଜଣ ପଞ୍ଜିକୃତ

 ତିହିଡି: ଭଦ୍ରକ ଜିଲ୍ଲା ତିହିଡି ସଦର ବଜାରସ୍ଥିତ ଚନ୍ଦ୍ରଶେଖର ରତ୍ନାକର ସହଯୋଗ ହାଇସ୍କୁଲ ପରିସରରେ ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ବିଭାଗର ଯଥା ଶାରୀରିକ ଭିନ୍ନକ୍ଷମ ୧୪୦ ଜଣ, ୧୪ ବର୍ଷ ପର୍ଯ୍ୟନ୍ତ ସମସ୍ତ ପ୍ରକାର ୩୮ଜଣ, ମାନସିକ ବିକାରଗ୍ରସ୍ତ ୧୨୧ ଜଣ, ଦୃଷ୍ଟିବାଧିତ ୪୭ ଜଣ ଓ ଶ୍ରବଣବାଧିତ ୭୧ ଜଣ ମୋଟ୍ ୪୧୭ ଜଣ ପଞ୍ଜିକରଣ କରିଥିବା ବେଳେ ପରୀକ୍ଷା କରାଯାଇ ସେମାନଙ୍କ ମଧ୍ୟରୁ ୩୬୦ ଜଣଙ୍କ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିବା ସୂଚନା ମିଳିଛି । ଶାରିରୀକ ବିଭାଗରେ ଡାକ୍ତର ବିଶ୍ୱଜିତ ରାୟ, ଶିଶୁ ବିଭାଗରେ ଡାକ୍ତର ରଶ୍ମିରଂଜନ ନାୟକ, ମାନସିିକ ରୋଗ ବିଭାଗରେ ଡାକ୍ତର ମୀନକେତନ ମହାନ୍ତି, ଚକ୍ଷୁ ବିଭାଗରେ ଡାକ୍ତର ରମାକାନ୍ତ ସାହୁ ଓ ଶ୍ରବଣ ବିଭାଗରେ ମନୋରଂଜନ ବିଶ୍ୱାଳ ପ୍ରମୁଖ ବିଶେଷଜ୍ଞ ପରୀକ୍ଷା କରିଥିଲେ । ପିଇଓ ଦୀନବନ୍ଧୁ ମହାନ୍ତିଙ୍କ ସଂ·ଳନା ଓ ବିଡିଓ ଜ୍ୟୋତିର୍ମୟ କରଙ୍କ ପୌରହିତ୍ୟରେ ଅନୁଷ୍ଠିତ ସାଧାରଣ ସଭାରେ ମୁଖ୍ୟ ଅତିଥିଭାବେ ତହସିଲଦାର ଜୟଦ୍ରଥ ଆ·ର୍ଯ୍ୟ, ସମ୍ମାନୀତ ଅତିଥିଭାବେ ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ଅତିରିକ୍ତ ବିଡିଓ ମାନସ ରଞ୍ଜନ ଯେନା ଓ ଆୟୋଜକ ସ୍କୁଲର ପ୍ରଧାନ ଶିକ୍ଷକ ସମରେନ୍ଦ୍ର ମିଶ୍ର ପ୍ରମୁଖ ମଞ୍ଚାସୀନ ହୋଇ ଭିନ୍ନକ୍ଷମମାନଙ୍କ ପାଇଁ ଉଦ୍ଦିଷ୍ଟ ସରକାରଙ୍କ ପ୍ରଦତ୍ତ ଯୋଜନା ସମ୍ପର୍କରେ ବକ୍ତବ୍ୟ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମଙ୍ଗଳପୁର ସରପଞ୍ଚ ପୁଷ୍ପାଞ୍ଜଳୀ ଲେଙ୍କା, ଅଚକ ସରପଞ୍ଚ ପ୍ରେମଲତା ବିଶ୍ୱାଳ, ପାଳିଆବିନ୍ଧା ସରପଞ୍ଚ ଯଶୋଦା ମଲ୍ଲିକ, ନିହାରିକା ବିଶ୍ୱାଳ, ଫତେପୁର ସରପଞ୍ଚ ପ୍ରଦୀପ ବଳ, ଚକ୍ରଧର ଜେନା ପ୍ରମଖ ଯୋଗ ଦେଇଥିଲେ । ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ନିହାର ରଞ୍ଜନ ବେହେରାଙ୍କ ସମେତ ବ୍ଲକ କର୍ମକର୍ତ୍ତା ଓ ଆୟୋଜକ ସ୍କୁଲର ଶିକ୍ଷକ, ଶିକ୍ଷୟତ୍ରୀ ଓ ଶିକ୍ଷା କର୍ମୀ ଏବଂ ବ୍ଲକ ନୋଡାଲ ଏଜନିଓର ଅଧ୍ୟକ୍ଷା ରଞ୍ଜୁଲତା ଗାହାଣ ଓ ଅନ୍ୟମାନେ ପ୍ରମୁଖ ପରି·ଳନାରେ ସହଯୋଗ କରିଥିଲେ ।