ଭଣ୍ଡାରିପୋଖରୀ-ମଣିନାଥପୁର ବାରଭାଗିଆ ବାଙ୍କ : ୩ ମାସରେ ୯ ଦୁର୍ଘଟଣା

 ଭଣ୍ଡାରିପୋଖରୀ :  ଭଣ୍ଡାରିପୋଖରୀ-ମଣିନାଥପୁର ପୁର୍ତ୍ତରାସ୍ତାର ଖୋଳାମୁହଁ ବାରଭାଗିଆ ବାଙ୍କ । ଏହି ବାଙ୍କରେ ୩ମାସ ମଧ୍ୟରେ ୯ ଦୁର୍ଘଟଣା ଘଟିସାରିଛି । ସଂପୃକ୍ତ ସ୍ଥାନର ‘ଏଲ’ ଅକ୍ଷର ସଦୃଶ ବାଙ୍କ ବା ବୁଲାଣି । ସେଠାରେ ରାସ୍ତାର ଉଭୟ ପାଶ୍ୱର୍ରେ କଳମ ବଣ । ଦୂରରୁ ରାସ୍ତାର ବାଙ୍କ ପରବର୍ତ୍ତି ରାସ୍ତା ଦେଖାଯାଏ ନାହିଁ । ଅତିଶୟ ବାଙ୍କ ପାଇଁ ରାସ୍ତା ଯେତିକି ଚଉଡା ହେବା କଥା ହୋଇନାହିଁ । ସେହି ସ୍ଥାନରେ ପାଶ୍ୱର୍ ରାସ୍ତା ମଧ୍ୟ ନାହିଁ । ରାସ୍ତାରେ ବୁଲାଣି ସଙ୍କେତ ମଧ୍ୟ କୌଣସି ଦିଗରୁ ନାହିଁ । ଏଭଳି ରାସ୍ତାରେ ଯାନବାହନଗୁଡିକର ଗତି ନିୟନ୍ତ୍ରଣକାରୀ ହମ୍ପସ୍ ମଧ୍ୟ ନାହିଁ । ଫଳରେ ଦ୍ରୁତବେଗରେ ଗାଡି ଚାଳନା ବା ସାମାନ୍ୟ ଅସାବଧାନତା ହେଉ ଅହରହ ଏଠାରେ ଦୁର୍ଘଟଣା ଘଟୁଛି । ଗତ ମାର୍ଚ୍ଚ ମାସରୁ ମଇ ମାସ ମଧ୍ୟରେ ୯ଟି ଛୋଟବଡ ଦୁର୍ଘଟଣା ଘଟିସାରିଛି । ଯାହାଫଳରେ ବାରମ୍ବାର ଧନଜୀବନ ହାନୀ ହେଉଛି । ଗତ ସୋମବାର ରାତ୍ରରେ ଭଣ୍ଡାରିପୋଖରୀ ଆଡୁ ଦ୍ରୁତବେଗରେ ଆସିଥିବା କାର ସେଠାରେ ରାସ୍ତା ତଳକୁ ଖସି ସମ୍ପୁର୍ଣ୍ଣ ଓଲଟିପଡିଥିଲା । କାରରେ ଥିôବା ଯାତ୍ରୀ ସଂଖ୍ୟା ଜାଣିବା ପୂର୍ବରୁ କେହି ନ ଥିଲେ । ସକାଳେ ପୁଲିସ କାରକୁ ଉଦ୍ଧାର କରି ଥାନାକୁ ନେଇଥିଲା । କାରରେ କେବଳ ଚାଳକ ଥିଲେ ଓ ସେ ଆହତ ହୋଇଛନ୍ତି ବୋଲି ପୁଲିସ କହିଥିଲା । ସେଠାରେ ଦୁର୍ଘଟଣା ଏଡାଇବାକୁ ହେଲେ ହମ୍ପସ୍ ନିର୍ମାଣ, ରସ୍ତାରେ ବୁଲାଣି ସଙ୍କେତ ସ୍ଥାପନ, କଳମବଣ ସଫା ସହ ରାସ୍ତା ପାଶ୍ୱର୍ରେ ବାଡ ବ୍ୟବସ୍ଥା ନିର୍ମାଣ ଜରୁରୀ ହୋଇଛି । ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ମହେଶ୍ୱର ସାହୁ ଏହାର ପ୍ରତିକାର ପାଇଁ ପଦକ୍ଷେପ ନେବେ ବୋଲି ସୂଚନା ଦେଇଛନ୍ତି ।