ସରକାର ଓ ମିଲର୍ସ ବୈଠକ ବିଫଳ : ସମୟ ମଗାଯାଇଛି, ଦାବି ପୂରଣ ହେବ  ମନ୍ତ୍ରୀ 

 ସରକାର ଓ ମିଲର୍ସ ବୈଠକ ବିଫଳ : ସମୟ ମଗାଯାଇଛି, ଦାବି ପୂରଣ ହେବ  ମନ୍ତ୍ରୀ 

ଭୁବନେଶ୍ୱର : ମିଲର୍ସ ମାଲିକମାନେ ନିଜର ଦାବି ପୂରଣ ପାଇଁ ଆନ୍ଦୋଳନ କରିଛନ୍ତି । ଆଜି ଏନେଇ ସରକାରଙ୍କ ସହ ମିଲର୍ସ ଆସୋସିଏସନର ତରଫରୁ ଏକ ବୈଠକ ବସିଥିଲା । କିନ୍ତୁ ସେ ବୈଠକ ବିଫଳ ହୋଇଛି । ବୈଠକ ବିଫଳ ହେବା ପରେ ଆନ୍ଦୋଳନ ଜାରି ରହିବ ବୋଲି ଅଲ ଓଡ଼ିଶା ରାଇସ ମିଲର୍ସ ଆସୋସିଏସନ୍‌ ସଭାପତି ଓ ସମ୍ପାଦକଙ୍କ ସୂଚନା । ଏହା ସହ ସେ କହିଛନ୍ତି, ଦାବିପୂରଣ ନେଇ ସରକାରଙ୍କ ତରଫରୁ ଲିଖିତ ପ୍ରତିଶ୍ରୁତି ନଦେବା ଯାଏଁ ଆନ୍ଦୋଳନ ଜାରି ରହିବ । ଏମଧ୍ୟରେ ରାଜ୍ୟରେ ସମସ୍ତ ଜିଲ୍ଲାର ଧାନ ସଂଗ୍ରହ ପ୍ରକ୍ରିୟା ବନ୍ଦ ରହିବ। 

   ଆଜି ବିଭିନ୍ନ ଦାବି ନେଇ ଯୋଗାଣ ବିଭାଗ ଏମଡ଼ିଙ୍କ ସହ ବୈଠକ ବସିଥିଲା। ଗତକାଲି ମନ୍ତ୍ରୀଙ୍କ ସହ ମିଲର୍ସମାନଙ୍କର ଆଲୋଚନା ହୋଇଥିଲା । ମିଲର୍ସ ଦାବି ପୂରଣ ନେଇ ବିଭାଗ ସଚେତନ ଅଛି । ଏହା ସହ ମିଲର୍ସଙ୍କୁ ସମୟ ମଗାଯାଇଛି, ଦାବି ପୂରଣ କରାଯିବ । ଧାନ ସଂଗ୍ରହ ପ୍ରକ୍ରିୟା ଯେପରି ପ୍ରଭାବିତ ନହେବ ସେ ନେଇ ବିଭାଗ ତତ୍ପର ଅଛି ବୋଲି ଯୋଗାଣ ମନ୍ତ୍ରୀ ସୂଚନା ଦେଇଛନ୍ତି ।