କିଟରେ କମ୍ପ୍ୟୁଟର ସାଇନ ଛାତ୍ରଙ୍କ ମୃତଦେହ ଉଦ୍ଧାର
ଭୁବନେଶ୍ୱର : କିଟରେ ଆଉ ଜଣେ ଛାତ୍ରଙ୍କ ଆତ୍ମହତ୍ୟା । କିଟ ବିଶ୍ୱବିଦ୍ୟାଳୟ ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ଇନଫୋସିଟି ପୁଲିସ । ମୃତ ଛାତ୍ର ଛତିଶଗଡର ରାହୁଲ ଯାଦବ ବୋଲି ସୂଚନା ମିଳିଛି । ସେ କମ୍ପ୍ୟୁଟର ସାଇନ୍ସର ପ୍ରଥମ ବର୍ଷ ଛାତ୍ର ଥିଲେ । ଏନେଇ ସ୍ପଷ୍ଟ କରିଛନ୍ତି ଏସିପି ସୋନାଲ୍ ସିଂହ ପରମାର । ଛାତ୍ର ଜଣଙ୍କ ଜୀବନ ହାରିଥିବା ସନ୍ଦେହ କରି ତଦନ୍ତ ଆରମ୍ଭ କରିଛି ଇନଫୋସିଟି ଥାନା ପୁଲିସ । ଛାତ୍ରଙ୍କ ମର ଶରୀରକୁ କିମ୍ସ ହସ୍ପିଟାଲରେ ରଖାଯାଇଛି । ପରିବାର ଲୋକେ ଆସିବା ପରେ ହିଁ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି । ମୃତ ଛାତ୍ର ଜଣଙ୍କ ଅଗଷ୍ଟ ମାସରେ କିଟରେ ନାମ ଲେଖାଇ ପାଠ ପଢିବାକୁ ଆସିଥିଲେ ।