ସରିଲାଣି ୨୦ ଲକ୍ଷ କ୍ୱିଣ୍ଟାଲରୁ  ଊଦ୍ଧ୍ୱର୍ ଧାନ କିଣା 

 କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ଗତବର୍ଷ ଅପେକ୍ଷା ଧାନ କିଣା ଏବର୍ଷ ଅନେକ ମାତ୍ରାରେ ବଢିଛି  । ଅନ୍ୟପକ୍ଷରେ ବିଗତ ବର୍ଷଙ୍କ ଅପେକ୍ଷା ଏ ବର୍ଷ ଚାଷୀମାନେ ଅଧିକ ଧାନ ବିକ୍ରୟ ନିମନ୍ତେ ଦାବି ରଖିଛନ୍ତି । ଗତବର୍ଷ ମୋଟ ୧୫ ଲକ୍ଷ ୮୦ ହଜାର କ୍ୱିଣ୍ଟାଲ ଧାନ ଚାଷୀଙ୍କ ଠାରୁ କିଣା ଯାଇଥିଲା । ଏଥର ୨୦ ଲକ୍ଷ କ୍ୱିଣ୍ଟାଲରୁ ଅଧିକ ଧାନ ବିକ୍ରୟ ସାରିଲାଣି  । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଧାନ କିଣା ସମୟ ରହିଥିବାବେଳେ, ଡିମାଣ୍ଡ ଆସିଥିବା ସମସ୍ତ ଧାନ କିଣା ନିମନ୍ତେ ଜିଲ୍ଲା ପ୍ରଶାସନ ସରକାରଙ୍କର ଅନୁମତି ମାଗିଛନ୍ତି । ଏବର୍ଷ ମାର୍ଚ୍ଚ ୧୮ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ୫୧୯୨୦ ଜଣ ଚାଷୀଙ୍କ ୯୫ ଟି ମଣ୍ଡି ମାଧ୍ୟମରେ  ୨୦୯୦୧୯୩. ୪୫ କ୍ୱିଣ୍ଟାଲ ଧାନ କିଣା ସରିଲାଣି । ସୂଚନା ଅନୁସାରେ ବିଗତ ବର୍ଷଙ୍କ ଅପେକ୍ଷା ଅଧିକ ଥିବାବେଳେ ଧାନ ଅବଦ୍ଧି ଆହୁରି ୧୦ଦିନ ଅର୍ଥାତ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଥିବାରୁ ଚାଷୀଙ୍କ ଠାରୁ ଧାନ କିଣା ୨୧ ଲକ୍ଷ କ୍ୱିଣ୍ଟାଲ ଟପିବ ବୋଲି ଅନୁମାନ କରାଯାଉ