ବିଧାୟକଙ୍କ ଦ୍ୱାରା ଲେବର କାର୍ଡ ବଣ୍ଟନ

କେନ୍ଦୁଝର : ସର୍କିଟ ହାଉସ୍ କେନ୍ଦୁଝର ଠାରେ ତେଲକୋଇ ବିଧାୟକ ଡଃ ଫକୀର ମୋହନ ନାଏକଙ୍କ ଦ୍ୱାରା ଲେବର କାର୍ଡ ବିତରଣ କରାଯାଇଥିଲା । ଦୀର୍ଘ ଦିନରୁ କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନରଣପୁର ପଞ୍ଚାୟତର ବ୍ୟକ୍ତି ସେମାନେ ଲେବର କାର୍ଡ ପାଇବାରୁ ବଞ୍ଚିତ ହୋଇଥିଲେ ଯାହା ଫଳରେ ସେମାନେ ବିଭିନ୍ନ ସରକାରୀ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହେଉଥିଲେ । ଏହି ଲେବର କାର୍ଡ ପାଇବା ଦ୍ୱାରା ସେମାନେ ଖୁସି ପ୍ରକଟ କରିଥିଲେ ଓ ଏଥିରେ ଆବଶ୍ୟକ ସାହାଯ୍ୟ ସୁବିଧା ସୁଯୋଗ ପାଇବେ ବୋଲି କହିଥିଲେ । ଉପସ୍ଥିତ ସ୍ୱତନ୍ତ୍ର ଅଭିଯୋଗ ଅଧିକାରୀ ଶରତ ଚନ୍ଦ୍ର ବାରିକ ଲେବର କାର୍ଡ ଦ୍ୱାରା ବିଭିନ୍ନ ସୁବିଧା ସୁଯୋଗ ପାଇବା ସମ୍ପର୍କରେ ବୁଝାଇଥିଲେ । ଏହି ଲେବର କାର୍ଡ ପାଇବା ଦ୍ୱାରା ସେମାନେ ବିଧାୟକ  ଡଃ ଫକୀର ମୋହନ ନାଏକ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଆନ୍ତରିକ କୃତଜ୍ଞତା ଓ ଧନ୍ୟବାଦ୍ ଜ୍ଞାପନ କରିଛନ୍ତି । ଏହି ବିତରଣ କାର୍ଯ୍ୟକ୍ରମରେ ଜିଲ୍ଲା ଶ୍ରମ ଅଧିକାରୀ ଆକାଶ ବିଷୋୟୀ, ସହକାରୀ ଶ୍ରମ ଅଧିକାରୀ ଦୀପ୍ତିମୟୀ ରାଉଳ, ଡମ୍ବରୁଧର ମହାନ୍ତ ଉପସ୍ଥିତ ଥାଇ ଆବଶ୍ୟକ ସାହାଯ୍ୟ ସହଯୋଗ ପ୍ରଦାନ କରିଥିଲେ ।