କାମରେ ଲାଗୁନାହିଁ ଲିଫ୍ଟ, କଷ୍ଟ ଭୋଗୁଛନ୍ତି ରୋଗୀ

ଚମ୍ପୁଆ : ଚମ୍ପୁଆ ଉପଖଣ୍ଡ ମେଡିକାଲରେ ରୋଗୀ ସେବା ଯୋଗାଇ ଦେବା ନିମନ୍ତେ ଆନୁସାଙ୍ଗିକ ତଥା ମୌଳିକ ଆବଶ୍ୟକତାର ଉନ୍ନତି ହୋଇଥିବା ବେଳେ ଗର୍ଭବତୀ ଓ ଶିଶୁ ରୋଗୀ ମାନଙ୍କ ନିମିତ ମେଡିକାଲର ଲିଫ୍ଟ ର୍ଦୀଘ ଦିନ ହେବ ଅଚଳ ହୋଇ ପଡିରହିଛି । ଫଳରେ ରୋଗୀ ଓ କର୍ମ·ରୀମାନେ ପାଦଚଲା ରାସ୍ତା ତଥା ସିଡି ଦ୍ୱାରା ·ଲି ·ଲି ଯାଉଥିବା ଦେଖିବାକୁ ମିଳୁଛି । ସୂଚନା ଅନୁସାରେ ଉପଖଣ୍ଡ ମେଡିକାଲର ସ୍ତ୍ରୀ ଓ ପ୍ରସୂତୀ ବିଭାଗ ଓ ଶିଶୁ ରୋଗ ବିଭାଗ ନିମିତ କୋଟି କୋଟି ଟଙ୍କା ବ୍ୟୟରେ ମାତୃ ଶିଶୁ ବିଭାଗ ନିର୍ମାଣ କରାଯାଇଥିଲା । ଏହି ମାତୃ ଶିଶୁ ବିଭାଗକୁ ସେବା ପାଇଁ ଆସୁଥିବା ଗର୍ଭବତୀ ଓ ଶିଶୁ ରୋଗୀ ମାନଙ୍କ ସୁବିଧା ନିମନ୍ତେ ଲିଫ୍ଟର ବ୍ୟବସ୍ଥା କରାଯାଇଥିଲା । ମାତ୍ର ର୍ଦୀଘ ୬ ମାସରୁ ଉର୍ଦ୍ଧ ହେବ ଉକ୍ତ ଦୁଇ ଗୋଟି ଲିଫ୍ଟ ଖରାପ ହୋଇପଡିଥିବା ବେଳେ ରୋଗୀମାନେ ନାନା କଷ୍ଟ ଭଗ କରୁଛନ୍ତି । ଏ ନେଇ ଉପଖଣ୍ଡ ଚିକିସ୩ାଳୟର ଅଧିକାରୀ ଉମାକାନ୍ତ ସାହୁଙ୍କୁ ପ·ରିବାରୁ କହିଛନ୍ତି ଯେ ଲିଫ୍ଟ ଯୋଗାଇ ଦେଇଥିବା ସଂସ୍ଥାକୁ ମରାମତି ପାଇଁ ବାରମ୍ବାର ଅବଗତ କରିଥିଲେ ମଧ୍ୟ ସେ କର୍ଣ୍ଣପାତ କରୁନାହାନ୍ତି । ଏହା ଏକ ମୁମ୍ବାଇ କମ୍ପାନୀ ଦ୍ୱାରା ବସା ଯାଇଥିଲା । ଆମ୍ଭେ ତାଙ୍କୁ ଲିଫ୍ଟ ଖରାପ ହୋଇଥିବା କଥା ସୂଚନା ଦେବା ସହିତ ଏହାର ମରାମତି ପାଇଁ ନିବେଦନ କରିଛୁ । ଏ ବାବଦରେ କମ୍ପାନୀ ପକ୍ଷରୁ ଦେଢ ଲକ୍ଷ ଟଙ୍କା ଖର୍ଚ ହେବ ବୋଲି ସୂଚନା ଦେଇଥିଲେ ମଧ୍ୟ ଆମ୍ଭେ ସେଥିରେ ରାଜି ହୋଇଥିଲୁ ହେଲେ କମ୍ପାନୀ ବାରମ୍ବାର କମ୍ପାନୀ ସମୟ ଗଡାଇ ·ଲିବା ଫଳରେ ରୋଗୀ ଓ ଆମ୍ଭେ ନାନା ଅସୁବିଧାର ସମ୍ମୁଖୀନ ହେଉଛୁ । ଯଦି ଏଥିପ୍ରତି କମ୍ପାନୀ ପଦକ୍ଷେପ ଗ୍ରହଣ ନକରେ ତା ହେଲେ ବାଧ୍ୟହୋଇ ଆମ୍ବେ ଓକିଲ ନୋଟିସ ପଠାଇବୁ ବୋଲି ସେ କହିଛନ୍ତି ।