ସର୍ବଭାରତୀୟ ବେସାମରିକ ହକି ଏବଂ ଦୌଡ଼କୁଦ ପ୍ରତିଯୋଗିତା : ୨ରେ ଖେଳାଳି ଚୟନ


 ଭୁବନେଶ୍ୱର:  ଆନ୍ଧ୍ରପ୍ରଦେଶର କାକିନାଡ଼ା ଠାରେ ଫେବ୍ରୁଆରୀ ୧୫ରୁ ୨୮ ପର୍ଯ୍ୟନ୍ତ ସର୍ବଭାରତୀୟ ବେସାମରିକ ହକି ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏଥିପାଇଁ ଆସନ୍ତା ୨ରେ ଉଭୟ ପୁରୁଷ ଓ ମହିଳା ବିଭାଗ ପାଇଁ ରାଜ୍ୟରୁ ଖେଳାଳି ଚୟନ ପ୍ରକ୍ରିୟା ଆୟୋଜିତ ହେବ । ଏହିଦିନ ସକାଳ ୧୦ଟାରେ ପୋଖରୀପୁଟ ସ୍ଥିତ ଆଷ୍ଟ୍ରୋ ଟର୍ଫ ହକି ପଡ଼ିଆ ଠାରେ ଚୟନ ପ୍ରକି୍ରୟା କରାଯିବ । ସେହିଭଳି ଚଣ୍ଡୀଗଡ଼ ଠାରେ ଆସନ୍ତା ୧୯ରୁ ୨୧ ପର୍ଯ୍ୟନ୍ତ ସର୍ବଭାରତୀୟ ବେସାମରିକ ଦୌଡ଼କୁଦ ପ୍ରତିଯୋଗିତା ଆୟୋଜିତ ହେବ । ଏଥିପାଇଁ ଆସନ୍ତା ୨ ତାରିଖ ସକାଳ ୯.୩୦ରେ ପୋଖରୀପୁଟ ଡିଏଭି ସ୍କୁଲ ନିକଟସ୍ଥ ବିହାରିଲାଲ ଷ୍ଟାଡିୟମ୍ ଠାରେ ରାଜ୍ୟରୁ ଉଭୟ ପୁରୁଷ ଓ ମହିଳା ଖେଳାଳି ଚୟନ ପ୍ରକ୍ରିୟା କରାଯିବ । ଏହି ପ୍ରତିଯୋଗିତାରେ କେବଳ ନିୟମିତ ସରକାରୀ ଚାକିରିରେ ଥିବା କର୍ମଚାରୀମାନେ ଭାଗ ନେଇପାରିବେ । ଏହି ଖେଳରେ ଯେଉଁମାନେ ଭାଗ ନେବାକୁ ଚାହୁଁଛନ୍ତି; ସେମାନେ ନିଜର ସେବା ପୁସ୍ତିକାର ପ୍ରଥମ ପୃଷ୍ଠା, ବିଭାଗ/ଅଫିସ ପରିଚୟ ପତ୍ର ସହ ଏକ ପାସପୋର୍ଟ ଫଟୋ ଏବଂ ନିଜର ବିଭାଗ କିମ୍ବା ଅଫିସରୁ ‘ନୋ ଅବ୍ଜେକ୍ସନ୍ ସାର୍ଟିଫିକେଟ’ ସାଙ୍ଗରେ ଆଣି ଧାର୍ଯ୍ୟ ସ୍ଥାନରେ ନିର୍ଦ୍ଧାରିତ ସମୟରେ ପହଞ୍ଚôବେ । ସେଠାରେ ନିଜର ନାମ ପଞ୍ଜିକରଣ କରି ଚୟନ ପ୍ରକ୍ରିୟାରେ ଭାଗନେଇ ପାରିବେ । ଅଧିକ ବିବରଣୀ ପାଇଁ ହର ପ୍ରସାଦ ବିଶ୍ୱାଳ (୯୪୩୭୨୨୮୬୮୭), ଆନନ୍ଦ କୁମାର ସୋରେଙ୍ଗ (୯୪୩୮୧୭୩୪୭୬), ଦେବରାଜ ନାୟକ (୯୧୭୮୩୨୧୯୦୧) ଏବଂ ଅକ୍ଷୟ ପରିଡା (୬୩୭୧୪୫୩୩୫୪)ଙ୍କୁ ଯୋଗାଯୋଗ କରିପାରିବେ ।