ଚାଷୀଙ୍କ ଆକାଉଣ୍ଟ ଯାଞ୍ଚ କରିବେ ସରକାର

Farmers get money CM Kishan

ଚାଷୀଙ୍କ ଆକାଉଣ୍ଟ ଯାଞ୍ଚ କରିବେ ସରକାର

ଭୁବନେଶ୍ୱର : ଗ୍ରେନ ଆନାଲଇଜର ଜରିଆରେ ଧାନର ଯାଞ୍ଚ ହେବା ସହ ଏଆଇ ଦ୍ୱାରା ଓଜନ ମପାଯିବ  । ଜିପିଏସ ଦ୍ୱାରା ଧାନଗାଡ଼ିର ଟ୍ରାକିଂ ହେବା ସହ ଚାଷୀମାନଙ୍କ ଆକାଉଣ୍ଟ ଯାଞ୍ଚ କରାଯିବ  । ମିଲରମାନଙ୍କ ତରଫରୁ ଚାଷୀଙ୍କୁ ଝୋଟ ବସ୍ତା ଓ ସୁତୁଲି ଯୋଗାଇ ଦିଆଯିବ  । ଜମିପଟ୍ଟା ଥିବା ସମସ୍ତ ଚାଷଜମିର ମାଲିକ ଏଥିରେ ପଞ୍ଜୀକରଣ କରିପାରିବେ  ।  

ଚାଷୀଙ୍କୁ ତାଙ୍କର ପ୍ରାପ୍ୟ ମୂଲ୍ୟ କ୍ୱିଣ୍ଟାଲ ପିଛା ୩୧ ଶହ ଟଙ୍କାରୁ ବଞ୍ଚିତ କରୁଥିବା ମିଲର, ଦଲାଲ କିମ୍ବା ମଧ୍ୟସ୍ଥିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭାଗୀୟ ମନ୍ତ୍ରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ  । ରାଜ୍ୟରେ ସର୍ବମୋଟ ୪୦୦୬ଟି ମଣ୍ଡିରେ ଖରିଫ ଋତୁ ପାଇଁ ଧାନ ସଂଗ୍ରହ କରାଯିବ  । 

  ଆସନ୍ତା ଦୁଇ ମାସ ମଧ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ  ।  ବ୍ୟାଙ୍କ ଖାତାକୁ ୪୮ ଘଣ୍ଟା ମଧ୍ୟରେ ଡିବିଟି ମାଧ୍ୟମରେ ପ୍ରଦାନ କରିବା ଉପରେ ଗୁରୁତ୍ୱ ଦେଇଥିଲେ  । ଧାନ ସଂଗ୍ରହର ସପ୍ତାହେ ପୂର୍ବରୁ ଚାଷୀମାନଙ୍କ ଆକାଉଣ୍ଟ ଯାଞ୍ଚ ପ୍ରକ୍ରିୟା ଶେଷ କରିବାକୁ ସେ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଥିଲେ  । ଏହାଦ୍ୱାରା ଅନ୍ୟର ଆକାଉଣ୍ଟକୁ ବିକ୍ରୟ ଟଙ୍କା କିମ୍ବା ବୋନସ ରାଶି ଯିବାର ଆଶଙ୍କାକୁ ଦୂର କରାଯାଇପାରିବ ବୋଲି ସେ କହିଥିଲେ  ।