ବିଧାୟକ ପତ୍ନୀଙ୍କ ମୃତୁ୍ୟରେ ଧର୍ମେନ୍ଦ୍ରଙ୍କ ଶୋକ

ଭୁବନେଶ୍ୱର : ଓଡ଼ିଶାର ପୂର୍ବତନ ମନ୍ତ୍ରୀ, ସାଂସଦ ତଥା ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ଧର୍ମପନôୀ ଚାରୁଶୀଳା ଆଚାର୍ଯ୍ୟଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ ଶ୍ରୀମତୀ ଚାରୁଶୀଳା ଆଚାର୍ଯ୍ୟଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ପ୍ରସନ୍ନ ଭାଇଙ୍କ ସହ ଦୀର୍ଘ ସମୟ ଧରି ମୋର ପାରିବାରିକ ସମ୍ପର୍କ ରହିଛି । ସେ ଜଣେ ସରଳ, ମିଷ୍ଟଭାଷୀ ଓ ଧର୍ମପରାୟଣା ଥିଲେ । ସ୍ୱର୍ଗତା ଆଚାର୍ଯ୍ୟଙ୍କ ଅମର ଆତ୍ମାର ସଦଗତି କାମନା କରୁଛି ।