‘ସହରାଞ୍ଚଳ ଯୋଜନାରେ ପାଣ୍ଠି ବିନିଯୋଗକୁ ତ୍ୱରାନ୍ୱିତ କର’

 ଭୁବନେଶ୍ୱର : ସହରାଞ୍ଚଳ ଯୋଜନା ଅଧୀନରେ ବଜେଟ୍ ବ୍ୟବହାରର ସମୀକ୍ଷା, ସମୟୋଚିତ କାର୍ଯ୍ୟାନ୍ୱୟନ ଏବଂ ସେବା ପ୍ରଦାନ ସୁନିଶ୍ଚିତ କରିବା ପାଇଁ ପାଣ୍ଠି ବିନିଯୋଗକୁ ତ୍ୱରାନ୍ୱିତ କରାଯାଉ । ସହରାଞ୍ଚଳ ପରିମଳ, ଜଳ ଯୋଗାଣ, କଠିନ ବର୍ଜ୍ୟବସ୍ତୁ ପରିଚାଳନା ଏବଂ ଡିଜିଟାଲ୍ ସେବା ପ୍ରଦାନକୁ ଅଧିକ ଗୁରୁତ୍ୱ ଦିଆଯାଉ । ଆଜି ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ୩୫ତମ ଡ୍ୟାସବୋର୍ଡ ସମୀକ୍ଷା ବୈଠକରେ ବିଭାଗୀୟ ସଚିବ ଉଷା ପାଢୀ ଯୋଗ ଦେଇ ଏହା କହିଛନ୍ତି । ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନାଗରିକ-କୈନ୍ଦ୍ରିକ ଶାସନ ଉପରେ  ଗୁରୁତ୍ୱାରୋପ ସହିତ ମୁଖ୍ୟ ସହରାଞ୍ଚଳ ବିକାଶ ପଦକ୍ଷେପଗୁଡ଼ିକରେ ପ୍ରଗତିକୁ ତ୍ୱରାନ୍ୱିତ କରିବା ଉପରେ ଆଲୋଚନା କରାଯାଇଥିଲା ।
ସେହିପରି ସମନ୍ୱିତ ନିଦେ୍ର୍ଦଶ ଏବଂ ନିୟନ୍ତ୍ରଣ କେନ୍ଦ୍ର ଅଧୀନରେ ନାଗରିକଙ୍କ ଆବଶ୍ୟକତା ପ୍ରତି ପ୍ରତିକ୍ରିୟାଶୀଳତା ବୃଦ୍ଧି କରିବା ପାଇଁ ଆଇସିସିସିର କାର୍ଯ୍ୟକୁ ଆହୁରି ସୁଗମ କରିବାର ଆବଶ୍ୟକତା ଉପରେ ଶ୍ରୀମତୀ ପାଢୀ ଗୁରୁତ୍ୱାରୋପ କରିଥିଲେ । ଏହାବାଦ ଶ୍ରୀମତୀ ପାଢ଼ୀ ଅଧିକାରୀମାନଙ୍କୁ ନବସୃଜନଶୀଳ ଅଭ୍ୟାସ ଗ୍ରହଣ କରିବା, ଆନ୍ତଃ-ଏଜେନ୍ସି ସମନ୍ୱୟକୁ ସୁଦୃଢ଼ କରିବା ଏବଂ ସମସ୍ତ ସ୍ତରରେ ଦାୟିତ୍ୱ ବଜାୟ ରଖିବା ପାଇଁ ପରାମର୍ଶ ଦେଇଥିଲେ । ଏହାସହ ସମସ୍ତ ଅଂଶୀଦାରମାନଙ୍କୁ "ବିକଶିତ ଓଡ଼ିଶା ଅ୨୦୩୬’ର ଦୃଷ୍ଟିକୋଣ ସହିତ ସମନ୍ୱୟ ରକ୍ଷା କରି କାମ କରିବାକୁ ପରାମର୍ଶ ଦେଇଥିଲେ ।