ସାଇବର ପ୍ରତାରଣା ଓ ସାବଧାନତା

ଯୁଧିଷ୍ଠିର ମହାରଣା : ପ୍ରତି ଅତ୍ୟାଧୁନିକ ସୂଚନା ପ୍ରଯୁକ୍ତିର ମୋବାଇଲ, ଇଣ୍ଟରନେଟ ଆଉ ସୋସିଆଲ ମିଡ଼ିଆ ଯୁଗ ତେବେ ଏପରି ସମୟରେ ଅପରାଧୀମାନେ ଦିନକୁ ଦିନ ହାଇଟେକ୍ କାଣ୍ଡ ଘଟାଇବା ପାଇ ଁ ପଛାଉନାହାଁନ୍ତି । ଏହି ସାଇବର ଠକମାନେ ଇଣ୍ଟରନେଟ ଦ୍ୱାରା ଅଜଣା ଲୋକ ଠାରୁ ଅର୍ଥ ଲୁଟିବା ପାଇଁ ଅନେକ ନୂଆ ନୂଆ ପନ୍ଥା ଆପଣାଉଛନ୍ତି । ଏକ ନୂଆ ପନ୍ଥା ଭାବେ ଡିଜିଟାଲ ଆରେଷ୍ଟ ମାଧ୍ୟମରେ ସାଇବର ଠକମାନେ ୟୁଜର୍ସକୁ ଏପରି ଠକୁଛନ୍ତି ଯେ ସାଧାରଣରେ ୟୁଜରଙ୍କର ଏ ନେଇ କୌଣସି ଧାରଣା ହିଁ ନଥାଏ । ଯାହାଦ୍ୱାରା ସେମାନେ ଏହି ଅଦୃଶ୍ୟ ଠକମାନଙ୍କ ସହଜ ଶିକାର ହୋଇ ନିଜ ସଞ୍ଚôତ ଅର୍ଥ ହରାଇବାକୁ ବାଧ୍ୟ ହୋଇଥାନ୍ତି । 
ଆସନ୍ତୁ ପ୍ରଥମେ ଜାଣିବା ବାସ୍ତବରେ ଡିଜିଟାଲ ଆରେଷ୍ଟ କ'ଣ? ଏଥିରେ ସାଇବର ଠକ ଅନଲାଇନ ମାଧ୍ୟମରେ ପୀଡ଼ିତଙ୍କୁ ତାଙ୍କ ନାମ ବିରୋଧରେ ଥାନାରେ ଅଭିଯୋଗ ପଞ୍ଜୀକୃତ ହୋଇଥିବା ସୂଚନା ଦେଇଥାନ୍ତି । ଏଥିସହ ନାନା କଥା କହି ମନରେ ଭୟ ସୃଷ୍ଟି କରାନ୍ତି । ମିଥ୍ୟା ମାମଲାରେ ପୀଡ଼ିତ ପ୍ରଥମେ ଭୟଭୀତ ହୋଇଥାନ୍ତି । ଯେଉଁ କାରଣରୁ ସେମାନେ ଏପରି ମାମଲା ଠାରୁ ବର୍ତ୍ତିବାକୁ ଚେଷ୍ଟା କରିଥାନ୍ତି । ଏହାପରେ ପୀଡ଼ିତଙ୍କୁ ଘରୁ ବାହାରକୁ ନ ଯିବା ଓ ପରିବାର, ବନ୍ଧୁଙ୍କ ସହ ଯୋଗାଯୋଗ ନକରିବାକୁ ଠକ ବାରଣ କରିଥାଏ । ପୀଡ଼ିତ ଅତ୍ୟଧିକ ଭୟ ପାଇଗଲା ପରେ ଠକ ସେମାନଙ୍କୁ ସାହାଯ୍ୟ କରିବା ଲାଗି ନିଶ୍ଚିନ୍ତ କରିଥାଏ । ପୀଡ଼ିତ ମଧ୍ୟ ଠକ କଥାକୁ ଅନୁସରଣ କରିଥାଏ ଏବଂ ଠକର ଡିମାଣ୍ଡ କ୍ରମେ ତାହାକୁ ଟଙ୍କା ଦେଇଥାଏ । ଡିଜିଟାଲ ଉତ୍ସ ମାଧ୍ୟମରେ ନକଲି ଗିରଫ କରିବାର ଭୟ ଦେଖାଇ ଅର୍ଥ ହଡ଼ପ କରିବା ପ୍ରକ୍ରିୟାକୁ ଡିଜିଟାଲ ଆରେଷ୍ଟ କୁହାଯାଏ । ଏଥିସହ ଠକ ପୀଡ଼ିତଙ୍କ ଆଧାର କାର୍ଡ଼, ସିମ କାଡ଼. ବ୍ୟାଙ୍କ ଡିଟେଲସ ଓ ଅନ୍ୟାନ୍ୟ ବ୍ୟକ୍ତିଗତ ତଥ୍ୟକୁ ହାସଲ କରିଥାଏ । ବିଶେଷକରି ମହିଳା, ଗ୍ରାମାଞ୍ଚଳ ଲୋକ ଓ କିଶୋର କିଶୋରୀଙ୍କୁ ଏଥିରେ ଅଧିକ ଟାର୍ଗେଟ କରାଯାଏ । ଠକମାନେ ଅର୍ଥ ହେରଫେର ତଥା ନିଶାଦ୍ରବ୍ୟ ବିକ୍ରି ଭଳି ମାମଲା ସହ ଜଡ଼ିତ ମିଥ୍ୟା ଅଭିଯୋଗ ପ୍ରସ୍ତୁତ କରି ପୀଡ଼ିତଙ୍କୁ ଭୟ ଦେଖାଇଥାନ୍ତି । ଗିରଫ ଭୟରୁ ମୁକ୍ତି କରିଦେବା କହି ଲକ୍ଷ ଲକ୍ଷ ଟଙ୍କା ଠକିବାରେ ସଫଳ ହୁଅନ୍ତି । ଲୋକଙ୍କୁ ଫାନ୍ଦରେ ପକାଇବା ପାଇଁ ସାଇବର ଠକମାନେ ବିଶେଷ କରି ବିଦେଶୀ କଳା ଟଙ୍କା ନେଣଦେଣ ତଥା ଡ୍ରଗ୍ସ ଭଳି ମାମଲା ସହ ଜଡ଼ିତ ନକଲି ଅଭିଯୋଗ ପ୍ରସ୍ତୁତ କରିଥାନ୍ତି । ଏସବୁ ପୂର୍ବରୁ ଜଣେ ଠକ ପୀଡ଼ିତଙ୍କ ନାମ, ଠିକଣା, ବୃତ୍ତି ତଥା ଅନ୍ୟାନ୍ୟ ଡାଟା ବିଷୟରେ ପ୍ରଥମେ ଜାଣିବାକୁ ଚେଷ୍ଟା କରିଥାଏ । ଏଥିଲାଗି ଠକ ସୋସିଆଲ ମିଡ଼ିଆକୁ ବ୍ୟବହାର କରିଥାଏ । କିମ୍ବା ପୀଡ଼ିତଙ୍କର ଅନଲାଇନ ସାଙ୍ଗ ହେବାକୁ ଚେଷ୍ଟା କରି ତଥ୍ୟ ହାସଲ କରେ । 
ଭାରତର ସାଇବର ଅପରାଧ ମାମଲା ଲାଗି ସୂଚନା ପ୍ରଯୁକ୍ତି ବିଦ୍ୟା ଅଧିନିୟମ ୨୦୦୦ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ସଂଶୋଧନ ଅଧିନିୟମ ୨୦୦୮ ଲାଗୁ ହୋଇଥାଏ ।     ଏନେଇ ଆପଣ କିପରି ରକ୍ଷା ପାଇବେ ସେ ନେଇ ଉଲ୍ଲେଖ କରୁଛୁ । ସର୍ବପ୍ରଥମେ ଆଧାର କାର୍ଡ଼, ସିମ କାର୍ଡ଼, ଏଟିଏମ୍ କାର୍ଡ଼ ଏବଂ ବ୍ୟାଙ୍କ ଆକାଉଣ୍ଟ ଡିଟେଲ୍ସ କାହା ସହ ସେୟାର କରନ୍ତୁ ନାହିଁ । ଅଜ୍ଞାତ କଲ କିମ୍ବା ଇମେଲଗୁଡ଼ିକୁ ଅଣଦେଖା କରନ୍ତୁ । କୌଣସି ବ୍ୟକ୍ତିଙ୍କୁ ଅନଲାଇନ ମାଧ୍ୟମରେ ଟଙ୍କା ଦେବା ପୂର୍ବରୁ ତାଙ୍କ ବିଷୟରେ ସମ୍ପୂର୍ଣ୍ଣ ସୂଚନା ଗ୍ରହଣ କରନ୍ତୁ । ଯଦି କେହି ଆପଣଙ୍କୁ କଲ କିମ୍ବା ଭିଡ଼ିଓ କଲ ମାଧ୍ୟମରେ ଧମକ ଦେବାକୁ ଚେଷ୍ଟା କରନ୍ତି ତେବେ ସ୍କ୍ରିନ ରେକର୍ଡ଼ଂ କିମ୍ବା ସ୍କ୍ରିନସଟ ମାଧ୍ୟମରେ ଏହାର ପ୍ରମାଣ ସେଭ କରନ୍ତୁ । ସୋସିଆଲ ମିଡ଼ିଆରେ ନିଜର ବ୍ୟକ୍ତିଗତ ତଥ୍ୟ ସେୟାର କରନ୍ତୁ ନାହିଁ କିମ୍ବା ଓଟିପି କାହା ସହ ସେୟାର କରନ୍ତୁ ନାହିଁ । ସୋସିଆଲ ମିଡ଼ିଆରେ ନିଜର ଲୋକେସନ ସେୟାର କରନ୍ତୁ ନାହିଁ । ଇମେଲ ମାଧ୍ୟମରେ ଆସୁଥିବା କୌଣସି ଅଜ୍ଞାତ ଲିଙ୍କ ଉପରେ କ୍ଲିକ କରନ୍ତୁ ନାହିଁ ।  ଇଣ୍ଟରନେଟ ବ୍ୟବହାର କରିବା ସମୟରେ ଯଦି କୌଣସି ପ୍ରକାରର ପପ୍ ଅପ୍ ମେସେଜ ଆସୁଛି କିମ୍ବା ଫ୍ଲସ ମେସେଜ ଆସୁଛି, ତେବେ ତାହାକୁ କ୍ଲିକ କରନ୍ତୁ ନାହିଁ । ଯଦି ଆପଣଙ୍କର ବ୍ୟାଙ୍କ କିମ୍ବା କୌଣସି ସଂସ୍ଥାର ନାମରେ କଲ ଆସୁଛି ଓ ଆପଣଙ୍କର ତଥ୍ୟ ବିଷୟରେ ପଚରାଯାଉଛି ତେବେ ନିଜ ପରିଚୟ ଓ ତଥ୍ୟ ବିଷୟରେ କୁହନ୍ତୁ ନାହିଁ । ସେହିପରି ଅନଲାଇନ ବନ୍ଧୁଙ୍କୁ ବିଶ୍ୱାସ କରି ନିଜର ବ୍ୟକ୍ତିଗତ ସୂଚନା ପ୍ରଦାନ କରନ୍ତୁ ନାହିଁ । କୌଣସି ପରିସ୍ଥିତିରେ ଆପଣ ସମ୍ପୂର୍ଣ୍ଣ ରୂପେ ଜ୍ଞାତ ନହୋଇଥିବା ତଥ୍ୟ ଭାଇରାଲ କରନ୍ତୁ ନାହିଁ କିମ୍ବା ଅନ୍ୟ ମାନଙ୍କୁ ଜଣାନ୍ତୁ ନାହିଁ କାରଣ ଏହା ଆପଣଙ୍କ ପାଇଁ ଅସୁବିଧାଜନକ ହେବା ସହ ଦେଶର ଧନଜୀବନ ସୁରକ୍ଷା ପାଇଁ ଘାତକ ସାବ୍ୟସ୍ତ ହୋଇଥାଏ । ଏ କ୍ଷେତ୍ରରେ ତୁରନ୍ତ ପ୍ରଶାସନ ବିଶେଷକରି ପୋଲିସ ପ୍ରଶାସନର ସହାୟତା କରି ଜଣେ ସୁନାଗରିକ ଭାବେ ନିଜ ଦାୟିତ୍ୱ ନିର୍ବାହ କରନ୍ତୁ । 
ଋ-ଜ୍ଞବସକ୍ଷ : ହଙ୍କୟଷସଗ୍ଦଗ୍ଧରକ୍ସ୦୦୯ଜ୍ଞକ୍ଟଷବକ୍ସବଦ୍ଭବଅଶଜ୍ଞବସକ୍ଷ.ମକ୍ଟଜ୍ଞ