ନକ୍ଆଉଟ ଫୁଟବଲ ଉଦ୍ୟାପିତ : ସ୍ପୋର୍ଟ୍ସ ହଷ୍ଟେଲ ଚାମ୍ପିଅନ
ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ଗାନ୍ଧୀ ଷ୍ଟାଡିୟମ ଠାରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଛି । ସ୍ପୋର୍ଟ ହଷ୍ଟେଲ ବଲାଙ୍ଗିର ୨-୦ ଗୋଲରେ ସିସିଏଫ୍ଏକୁ ହରାଇ ଚାମ୍ପିଅନ ହୋଇଛି । ସ୍ପୋର୍ଟ ହଷ୍ଟେଲ ପକ୍ଷରୁ ରାମ ମାଝି ଓ ପ୍ରଭାକର ମାଝି ଗୋଲ ସ୍କୋର କରିଥିଲେ । ମୁଖ୍ୟଅତିଥି ଭାବେ ବଲାଙ୍ଗିର ପୋ÷÷ରାଧ୍ୟକ୍ଷା ଲିକା ସାହୁ ଯୋଗ ଦେଇ ଚମ୍ପିୟାନ ସ୍ପୋର୍ଟ୍ସ ହଷ୍ଟେଲ ଓ ଉପ-ବିଜେତା ସିସିଏଫ୍ଏ ଦଳକୁୁ ଟ୍ରଫି ପ୍ରଦାନ କରିଥିଲେ । ଫାଓ ଓଡିଶା ତଥା ଜିଲ୍ଲା କ୍ରୀଡା ସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର ଉଦ୍ୟାପନି ସଭାରେ ଅଧ୍ୟକ୍ଷତା କରିଥିଲେ । କ୍ରୀଡା ସଂସଦର ଉପ-ସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ସାଧାରଣ ସଂପାଦକ ହରିନାରାୟଣ ପୁଜାରୀ, ଯୁଗ୍ମ ସଂପାଦକ ପଦ୍ମ ଚରଣ ଆ·ର୍ଯ୍ୟ ଓ ଶତୃଘନ ସିଂ, କୋଷାଧ୍ୟକ୍ଷ ତଥା ଟୁର୍ଣ୍ଣାମେଣ୍ଟ କମିଟିର ଅଧ୍ୟକ୍ଷ ହେମନ୍ତ ବେହେରା ଓ ଫୁଟବଲ ସଂପାଦକ ଶରତ କୁମାର ନନ୍ଦ ମଞ୍ଚାସିନ ଥିଲେ । ଷ୍ଟାଡିୟମରେ ଜିଲ୍ଲା ଶାରିରିକ ଶିକ୍ଷା ନିରିକ୍ଷକ ପ୍ରଦୀପ ପାତ୍ର, କ୍ରିକେଟ ସଂପାଦକ ଓମ୍ ପ୍ରକାଶ ·ନ୍ଦ, କ୍ରୀଡା ସଂପାଦକ ବିଭୁତି ଭୂଷଣ ପଣ୍ଡା, ଭଳିବଲ ସଂପାଦକ ସଂଗ୍ରାମ କେଶରୀ ବହିଦାର, କାଉନସିଲ ସଭ୍ୟ ପ୍ରଭାତ ମିଶ୍ର, ଶିଶିର କୁମାର ବହିଦାର, ବିଜୟ ବଂଶଲ, ଜିଲ୍ଲା କ୍ରୀଡା ଅଧିକାରୀ ପରାଶର ବାଗ, ବରିଷ୍ଠ ସଦସ୍ୟ ଡା. ସିଦେ୍ଧଶ୍ୱର ମିଶ୍ରଙ୍କ ସମେତ ଅନ୍ୟମାନେ ଖେଳାଳିମାନଙ୍କୁ ଉସôାହିତ କରିଥିଲେ । ଟୁର୍ଣ୍ଣାମେଣ୍ଟ କମିଟି ଅଧ୍ୟକ୍ଷ ହେମନ୍ତ କୁମାର ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଫୁଟବଲ ସଂପାଦକ ଶରତ ନନ୍ଦ ଧନ୍ୟବାଦ ଦେଇଥିଲେ ।