ସାଂସଦ, ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଶିଳାନ୍ୟାସ
ବାଲେଶ୍ୱର : ବାଲେଶ୍ୱର ସାଂସଦ ଓ ରେମୁଣା ବିଧାୟକ ମୁଖ୍ୟମନ୍ତ୍ରୀ ସଡକ ଯୋଜନା ଅନ୍ତର୍ଗତ ସଲ୍ଟ ରୋଡ ଠାରୁ ଇଞ୍ଚୁଡ଼ି ରାସ୍ତାର ପ୍ରଶସ୍ତି କରଣ ଏବଂ ଖନ୍ତାପଡା ରେଲୱେ ଷ୍ଟେସନ ଠାରୁ ଶ୍ରୀଜଙ୍ଗ ରାସ୍ତାର ଶିଳାନ୍ୟାସ କରିଛନ୍ତି । ଉକ୍ତ ରାସ୍ତା ଦୁଇଟିର ପ୍ରଶସ୍ତି କରଣ ପାଇଁ ବହୁ ଦିନରୁ ଦାବି ହୋଇ ଆସୁଥିଲା ।କାରଣ ସେହି ରାସ୍ତା ରେ ଗୋଟେ ଗାଡ଼ି ଗଲେ ଆଉ ଗୋଟେ ଗାଡ଼ି ଯିବା କଷ୍ଟ କର ହୋଉ ପଡୁଥିଲା । ଯାହା ଫଳରେ ଘଣ୍ଟା ଘଣ୍ଟା ଟ୍ରାଫିକ ସମସ୍ୟା ଲାଗି ରହୁଥିଲା । ଏହି କାର୍ଯ୍ୟଟି ହେଲେ ଲୋକେ ଆଉ ସମସ୍ୟା ରେ ପଡିବେ ନାହିଁ । ଏଥି ପାଇଁ ଅଞ୍ଚଳବାସୀ ଉଭୟ ସାଂସଦ ଓ ବିଧାୟକଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଙ୍କ ପ୍ରତିନିଧି କାର୍ତ୍ତିକ ଚନ୍ଦ୍ର ଗିରି, ଶୋଭନା ମହାନ୍ତି, ଅଜୟ ବାରିକ, ମଣ୍ଡଳ ସଭାପତି ମାନସ ମହାନ୍ତି, ଅଞ୍ଜନ ଲେଙ୍କା, ବିଭୁତି ସେନାପତି, ଭାସ୍କର ମଲ୍ଲିକ, ଅନାଦି ନାୟକ, ସିଲି ବେହେରାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।