ଜୁଲାଇ ୧୪ରେ ବନ୍ଦ ରହିବ ଡାକଘର
କଟକ: କଟକ ପ୍ରଧାନ ଡାକଘର (କଟକ ଜିପିଓ) ଏବଂଏହା ଅଧୀନସ୍ଥ ସମସ୍ତ ଉପଡାକଘର ତଥା ଶାଖା ଡାକଘର ଆସନ୍ତା ୧୪ ତାରିଖରେ ବନ୍ଦ ରହିବ । ଏହି ଡାକଘର ମାନଙ୍କରେ ଏକ ନୂତନ ସଫୱେୟାର (ଆଇଟି ୨.୦) ର ପ୍ରଚଳନ ଆସନ୍ତା ଜୁଲାଇ ୧୫ ତାରିଖରେ ହେବାକୁ ଯାଉଛି । ଏହି ଉପଲକ୍ଷେ ଉକ୍ତ ଡାକଘର ମାନଙ୍କରେ ଆସନ୍ତା ୧୪ ତାରିଖରେ ସମସ୍ତ ଡାକ କାରବାର ବନ୍ଦ ରହିବ ବୋଲି ବରିଷ୍ଠ ଡାକ ଅଧିକ୍ଷକ କଟକ ନଗର ଡାକ ମଣ୍ଡଳ ପକ୍ଷରୁ ଜଣାଇ ଦିଆଯାଇଛି । ଏହି ଅଂଚଳର ସମସ୍ତ ଗ୍ରାହକ ଓ ଜନ ସାଧାରଣ ଏଥିରେ ସହଯୋଗ କରିବାକୁ ଅନୁରୋଧ କରାଯାଇଛି ।