ଉପକାରାଗାର ମିଶ୍ରଣକୁ ବିରୋଧ
ନୀଳଗିରି : ନୀଳଗିରି ଉପକାରାଗାର ମିଶ୍ରଣ ପାଇଁ ରାଜ୍ୟସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏହାକୁ ନୀଳଗିରି ଗଡଜାତ ପ୍ରଜାମାନେ ସହଜରେ ଗ୍ରହଣ କରିପାରିନାହାନ୍ତି । ରାଜାରାଜୁଡ଼ା ଅମଳରୁ ନୀଳଗିରି କାରାଗାର ନିର୍ମାଣ ହୋଇଥିବାବେଳେ ସହଜରେ ଆମେ ସ୍ଥାନାନ୍ତରିତ କରାଇ ଦେବୁନାହିଁ । ଯଦି ସରକାର ନୀଳଗିରି ଗଡଜାତବାସୀଙ୍କ ଦାବିକୁ ନ ରଖନ୍ତି, ତେବେ ନୀଳଗିରି ଜେଲ୍ ଆଗରେ ଆମରଣ ଅନଶନ କରାଯିବ ବୋଲି ଅନେକ ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି ।
୧୯୨୦ମସିହାରେ ଏହି କାରାଗାର ନିର୍ମାଣ ହୋଇଥିବା ବେଳେ ବାଲେଶ୍ୱର ଜିଲ୍ଲାର ନୀଳଗିରି ଉପଖଣ୍ଡର ଏକମାତ୍ର ଆଇଟିଡିଏ ବ୍ଲକ ହୋଇଥିବାବେଳେ ଏଠାରେ ଉଭୟ କୋର୍ଟ ଓ ଥାନା ରହିଛି । ଉପଖଣ୍ଡର ୮୦ପ୍ରତିଶତ ଆଦିବାସୀ, ହରିଜନ ସଂପ୍ରଦାୟର ଲୋକମାନେ ରହୁଥିବାବେଳେ ପତର ଓ ପଥର ଉପରେ ନିର୍ଭରଶୀଳ । ଉକ୍ତ ଜେଲକୁ ଏଠାରୁ ଉଠାଇ ନେଇ ବାଲେଶ୍ୱର ଜେଲ ସହିତ ମିଶାଇଲେ ଏମାନଙ୍କର ଆର୍ଥôକ ମାନଦଣ୍ଡ ଉପରେ ପ୍ରଭାବ ପକାଇବ । ଆଜି ନୀଳଗିରି ଉପଖଣ୍ଡର ଉଭୟ ଓକିଲ ସଂଘ ଓ ମହୋରରି ସଂଘ ଜେଲ୍ ସମ୍ମିଶ୍ରଣକୁ ବିରୋଧ କରି ନୀଳଗିରି ଉପଜିଲ୍ଲାପାଳଙ୍କ ଜରିଆରେ ଓଡ଼ିଶାର ମହାମହିମ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ବାଲେଶ୍ୱର ସାଂସଦ, ନୀଳଗିରି ବିଧାୟକ, ଗୃହବିଭାଗର ସଚିବ, ଜେଲ ବିଭାଗର ମହାନିଦେ୍ର୍ଦଶକ, ବାଲେଶ୍ୱର ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଅବସରରେ ଉପଖଣ୍ଡ ଓକିଲସଂଘର ସଭାପତି ବରିଷ୍ଠ ଆଇନଜୀବୀ ଚିତ୍ତରଞ୍ଜନ ଷଡ଼ଙ୍ଗୀ, ନୀଳଗିରି ଓକିଲସଂଘର ସଭାପତି ଆଇନଜୀବୀ ଅମରେନ୍ଦ୍ର ପଟ୍ଟନାୟକ, ଦେବେନ୍ଦ୍ର ପଣ୍ଡା, କିଶୋର ଷଡ଼ଙ୍ଗୀ, ବିନୟ ପ୍ରଧାନ, ସୋମନାଥ ନାୟକ, ଦିଗମ୍ବର ସ, ସମେତ ବହୁ ବରିଷ୍ଠ ଆଇନଜୀବୀ, ମହୋରରୀ ସଂଘର ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ ସମ୍ପାଦକ ଗୌରହରି ନାୟକଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ସାମିଲ ଥିଲେ ।