ଡାଇରିଆ ନିରାକରଣ ସଚେତନତା
ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ବଡକ୍ଷୀର ଗ୍ରାମ ପଞ୍ଚାୟତ ଅଧିନସ୍ଥ ଗୋପପୁର ଗ୍ରାମର ମା’ ଭଗବତୀ ଆଞ୍ଚଳିକ ମଞ୍ଚ ଆନୁକୂଲ୍ୟରେ ସାଂପ୍ରତିକ ବର୍ଷା ଦିନିଆ ଡାଇରିଆ ସଂକ୍ରମଣ ଜନିତ ରୋଗରୁ ଉଦ୍ଧାର ପାଇବା ନିମିତ ଏକ ସଚେତନତାତ୍ମକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ମଞ୍ଚର ସିଆରପି ଲକ୍ଷ୍ମୀପ୍ରିୟା ବସ୍ତିଆଙ୍କ ସଂଯୋଜନାକ୍ରମେ ଉକ୍ତ କର୍ମଶାଳାରେ ବଡକ୍ଷୀର ପଂଚାୟତସ୍ତରୀୟ ସଂଘ ସଭାନେତ୍ରୀ ଅମି୍ରତା ସିଂହ, ସମ୍ପାଦିକା ଅଞ୍ଜନା ଶତପଥି, ସଦସ୍ୟା ରଶ୍ମିରେଖା ମହାପାତ୍ର, ଅଙ୍ଗନୱାଡି କର୍ମୀ ସ୍ୱର୍ଣ୍ଣଲତା ପୃଷ୍ଟି, ସହାୟିକା ମିନାକ୍ଷୀ ପଣ୍ଡା, ସଭ୍ୟା କାଞ୍ଚନ ବେହେରା, ଆଶା ରିତାଞ୍ଜଳୀ ପ୍ରଧାନ, ଝରଣା ବେହେରା, ଅନ୍ନପୂର୍ଣ୍ଣା ପଣ୍ଡା, କୁନି ବେହେରା, କେତକୀ ବେହେରା, ରଞ୍ଜୁଲତା ସାହୁ, ପ୍ରମୁଖଙ୍କ ସକ୍ରିୟ ପରିଚାଳନାରେ ଶତାଧିକ ମହିଳା ଯୋଗଦାନ କରିଥିଲେ । ଏହି ଅବସରରେ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ଜାତୀୟ ସ୍ୱାସ୍ଥ୍ୟ ମିଶନ ପ୍ରଦତ ସ୍ୱାସ୍ଥ୍ୟ ଭିତିକ ସଚେତନଧର୍ମୀ କାର୍ଡକୁ ସମସ୍ତ ସଭ୍ୟାଙ୍କ ଅବଗତି ନିମନ୍ତେ ପଠନ କରାଯିବା ସହ ଗ୍ରାମବାସୀଙ୍କୁ ସ୍ୱାସ୍ଥ୍ୟ ସଚେତନତା ବାର୍ତା ଘରେ ଘରେ ପହଞ୍ଚାଇବାକୁ ନିବେଦନ କରାଯାଇଥିଲା । ଶେଷରେ ମଞ୍ଚର ସଭାନେତ୍ରୀ ନମିତା ରାଉଳ ଉପସ୍ଥିତ ସମସ୍ତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ପ୍ରତିନିଧିଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।