କାଦୁଅ ରାସ୍ତା ପାଇଁ ପହଞ୍ଚô ପାରିଲା ନାହିଁ ଆମ୍ବୁଲାନ୍ସ : ଶିଶୁକୁ କାନ୍ଧରେ ବୋହି ୩ କିମି ଆଣିଲେ ବାପା

କନ୍ଧମାଳ/ଖଜୁରୀପଡ଼ା : ଖଜୁରୀପଡ଼ା ବ୍ଲକର ଅପହଞ୍ଚ ପାହାଡିଆ ଇଲାକାରେ ରହିଛି ବିଲା ବାଡ଼ି ପଞ୍ଚାୟତ । ଏହି ପଞ୍ଚାୟତକୁ ଆଜି ପର୍ଯ୍ୟନ୍ତ ଭଲ ରାସ୍ତା ଖଣ୍ଡେ ନଥିବାରୁ ଅନେକ ସମୟରେ ଗାଁ ଗୁଡିକୁ ଆମ୍ବୁଲାନ୍ସ ପହଞ୍ଚି ପାରୁ ନାହିଁ । ରୋଗୀକୁ ଖାଟିଆରେ ଭାରି କରି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଅଣାଯାଏ  । ତାପରେ ରୋଗୀ ଦୀର୍ଘ ୫୦ କିଲୋମିଟର ଦୂରରେ ଥିବା ମୁଖ୍ୟ ଚିକିସôାଳୟକୁ ଚିକିସôା ପାଇଁ ଆସେ  । ହଇରାଣ ହୋଇ ବାଟରେ ଆସୁଥିବା ସମୟରେ ରୋଗୀର ଜୀବନ ଯାଇଥାଏ । ରାସ୍ତା ନିର୍ମାଣ ପାଇଁ ପ୍ରଶାସନକୁ ଅନେକ ଥର ଗୁହାରି କରାଯାଇଥିଲେ ସୁଧା ରାସ୍ତା ହୋଇ ନ ଥିବା ଯୋଗୁ ଗୁରୁବାର ଦିନ ଜଣେ ରୋଗୀ ହଇରାଣ ହୋଇଥିବା ଦୃଶ୍ୟ ଦେଖିବାକୁ ମିଳିଛି । ବିଲାବାଡି ଗ୍ରାମର ଜିତୁ ମଲ୍ଲିକଙ୍କ ପୁଅକୁ ଭୀଷଣ ଜ୍ୱର ହେବାରୁ ତାକୁ ଚିକିସôା ପାଇଁ ଫୁଲବାଣୀ ମେଡିକାଲ ନେବା ପାଇଁ ଆମ୍ବୁଲାନ୍ସ ଡାକିଥିଲେ ପରିବାର ଲୋକେ  । ଆମ୍ବୁଲାନ୍ସ ଆସିଲା ହେଲେ ଘାଟି ପାହାଡ ପଥୁରିଆ ରାସ୍ତା ଅତିକ୍ରମ କରି ଆସୁ ଆସୁ କାଦୁଅ ରାସ୍ତା ପଡ଼ିବାରୁ ଆମ୍ବୁଲାନ୍ସ କାଦୁଅରେ ଜାମ ହୋଇ ରହି ଗଲା ।ଟ୍ରାକ୍ଟର ଯୋଗେ ଆମ୍ବୁଲାନ୍ସ ଟାଣିବା ପରେ ପରିବାର ବର୍ଗ ଙ୍କୁ ଖବର ଦେବାରୁ ୩ ବର୍ଷୀୟ ଛୋଟ ପୁଅକୁ କାନ୍ଧରେ ବୋହି ବାପା ୩ କିଲୋମିଟର ଆଣିଲେ ଏବଂ ଆମ୍ବୁଲାନ୍ସରେ ଯୋଗେ ଫୁଲବାଣୀ ମେଡିକାଲରେ ନେଇ ଚିକିସôା ପାଇଁ ଭର୍ତ୍ତି କରାଯାଇଛି ବୋଲି ସରପଞ୍ଚ ରବୀନ୍ଦ୍ର ଭୁକ୍ତା କହିଛନ୍ତି  ।