ବାଇକ୍ ଦୁର୍ଘଟଣାରେ ଜଣେ ମୃତ

 କନ୍ଧମାଳ/ଖଜୁରୀପଡ଼ା : ଖଜୁରୀପଡ଼ା ଥାନା ଅନ୍ତର୍ଗତ ଖୁସି ଢ଼ାବା ନିକଟରେ ଜଣେ ବାଇକ୍ ଆରୋହୀ ଦୁର୍ଘଟଣା ହୋଇ ମୃତୁ୍ୟ ବରଣ କରିଛନ୍ତି  । ସୂଚନା ମୁତାବକ ଦଳପଡା ପଞ୍ଚାୟତର ବ୍ରଡିଗୁଡ଼ା ଗ୍ରାମର ପ୍ରସନ୍ନ କୁମାର କହଁରଙ୍କ ପୁଅ ଆଲୋକ କହଁର (୨୫) କୌଣସି କାମରେ ଖଜୁରୀପଡ଼ା ଯାଇ ସେଠାରୁ ଫୁଲବାଣୀ ଓଡି ୧୨ ଡି ୫୪୩୪ ଗ୍ଲାମର ବାଇକରେ ଯାଉଥିବା ବେଳେ ଖୁସି ଢ଼ାବା ତେନ୍ତୁଳି ବାଙ୍କରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟି ସେଠାରେ ପଡ଼ି ରହିଥିଲେ  । ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଖଜୁରୀପଡ଼ା ମେଡିକାଲକୁ  ନେଇଥିଲେ  । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ବୋଲି ମା ଦୌପଦୀ କହଁର ଥାନାରେ ଏତଲା ଦେଇଛନ୍ତି । ଏ ନେଇ ଥାନାରେ ଏକ ଅପମୃତୁ୍ୟ ମାମଲା କରାଯାଇ ଘଟଣାର ତଦନ୍ତ ଚାଲିଥିବା ସୂଚନା ମିଳିଛି ।