ଟ୍ରକ-ସ୍କୁଟି ଧକ୍କା, ଜଣେ ଗୁରୁତର
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ କଟକ-ଚାନ୍ଦବାଲି ମୁଖ୍ୟ ରାସ୍ତାର ରାଇସରପୁର ପେଟ୍ରୋଲ ପମ୍ପ ଛକ ନିକଟରେ ଏକ ଅଜଣା ଟ୍ରକ ଧକ୍କା ଦେବା ଫଳରେ ଜଣେ ବ୍ୟକ୍ତି ଛିଟକି ତଳେ ପଡିଯାଇ ଗୁରୁତର ଆହତ ହୋଇଛନ୍ତି । ସୂଚନା ସୂତ୍ରରୁ ପ୍ରକାଶ ଆହତ ବ୍ୟକ୍ତି ଜଣକ ଆଳି ଥାନା ପତ୍ରପୁର ପଞ୍ଚାୟତ ବିଲିକଣା ଗ୍ରାମର ଭଗବାନ ଦାଶଙ୍କ ପୁଅ କୈଳାସ(୫୪) । ସେ ଆଳି ସିଙ୍ଗିରିରୁ ତାଙ୍କ ଦୋକାନ ସାମଗ୍ରୀ ନେଇ ତାଙ୍କ ଗ୍ରାମ ଛକ ରେ ଥିବା ନିଜସ୍ୱ ଏକ ଭେରାଇଟି ଷ୍ଟୋର ଦୋକାନ ଅଭିମୁଖେ ଯାଉଥିବା ସମୟରେ ଏକ ଅଜଣା ଟ୍ରକ ସ୍କୁଟି ଟିକୁ ଧକ୍କା ଦେବା ଫଳରେ ତାଙ୍କ ହାତ, ଛାତି, ମୁହଁ ଓ ମୁଣ୍ଡ ରେ ଗଭୀର ଆଘାତ ଲାଗିଥିଲା । ରାସ୍ତା ରେ ରକ୍ତ ଜୁଡୁବୁଡୁ ଅବସ୍ଥା ରେ ପଡ଼ିଥିବା କୈଳାସଙ୍କୁ ପଟ୍ଟାମୁଣ୍ଡାଇରୁ ଆଳି ଫେରୁଥିବା ସଡକ ବନ୍ଧୁ ସୁଶାନ୍ତ ତରାଇ ପହଞ୍ଚି ସେଠାରେ ତାଙ୍କର ବ୍ୟାଣ୍ଡେଜ କରାଇଥିଲେ । ଶ୍ରୀ ତରାଇ ଦମକଳ ବାହିନୀ କୁ ଖବର ଦେବା ପରେ ଦମକଳ ବାହିନୀ ପହଞ୍ଚି ତାଙ୍କୁ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ।
 
 Rasmita Behera
                                    Rasmita Behera                                 
    
 
    
 
 
 
