ଅଜଣା ଗାଡି ଧକ୍କାରେ ପଥଚାରୀଙ୍କ ମୃତୁ୍ୟ
ଆନନ୍ଦପୁର : ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥ ଜର୍ଦା ଓଭର ବ୍ରିଜ ତଳେ ଅଜଣା ଗାଡି ଧକ୍କାରେ ଜଣେ ପଥଚାରୀଙ୍କ ମୃତୁ୍ୟ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ଆନନ୍ଦପୁର ଥାନା ଅନ୍ତର୍ଗତ ଗୟଳମୁଣ୍ଡା ଗ୍ରାମର ନାରାୟଣ ମୁଣ୍ଡା (୨୦) କୌଣସି କାର୍ଯ୍ୟରେ ଜର୍ଦା ଆସିଥିବା ବେଳେ ବିଳମ୍ବିତ ରାତିରେ ତାଙ୍କୁ ଏକ ଅଜଣା ଗାଡି ଧକ୍କା ଦେଇଥିଲା । ଏନେଇ ସ୍ଥାନୀୟ ଲୋକେ ରାମଚନ୍ଦ୍ରପୁର ଥାନାରେ ଖବର ଦେଇଥିଲେ । ସ୍ଥାନୀୟ ଲୋକେ ପୁଲିସ ଉପସ୍ଥିତିରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସାଇଁକୁଳ ହସ୍ପିଟାଲରେ ଭର୍ତି କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ପଥଚାରୀ ଜଣକ ଗୟଳମୁଣ୍ଡା ଗ୍ରାମର ହୋଇଥିବା ଜାଣିବା ପରେ ଆନନ୍ଦପୁର ଥାନାକୁ ଖବର ଦେଇଥିଲେ । ଖବର ପାଇ ଘର ଲୋକେ ସାଇଁକୁଳ ହସ୍ପିଟାଲରେ ପହଞ୍ଚିଥିଲେ ।