ରାଜସ୍ୱ ଅମଲା ସଂଘର ଆନେ୍ଦାଳନ
ଖୋର୍ଦ୍ଧା : ଓଡିଶା ରାଜସ୍ୱ ଅମଲା ସଂଘର ନିଷ୍ପତ୍ତି କ୍ରମେ ଖୋର୍ଦ୍ଧା ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ରାଜସ୍ୱ ଅମଲା ମାନେ ୧୦ଦଫା ଦାବି ନେଇ ପୁଣି ଥରେ ଆନେ୍ଦାଳନକୁ ଓହ୍ଲାଇଛି । ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ କଳାବ୍ୟାଜ୍ ପରିଧାନ କରି ପ୍ରତିବାଦ ଜଣାଇଛନ୍ତି । ଅମଳା ସଂଘ ଖୋର୍ଦ୍ଧା ଜିଲା ସଭାପତି ମୃତୁ୍ୟଞ୍ଜୟ ସେନାପତି, ସମ୍ପାଦକ ଅରୁଣ କୁମାର ମୁଦୁଲିଙ୍କ ନେତୃତ୍ୱ ଶତାଧିକ ଅମଲା ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ କଳାବ୍ୟାଜ ପରିଧାନ କରି ଉପରୋକ୍ତ ଦାବି ଉପସ୍ଥାପନ କରିଥିଲେ । ସରକାର ଦାବି ପୂରଣ ଦିଗରେ କୌଣସି ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ଆସନ୍ତା ୧୪ତାରିଖ ଠାରୁ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ଆନେ୍ଦାଳନ କରିବା ପାଇଁ ନିଷ୍ପତି ନେଇଛି ସଂଘ ।
 
 Rasmita Behera
                                    Rasmita Behera                                 
    
 
    
 
 
 
