ଯାତ୍ରା କମିଟି ସଂଘର ବାର୍ଷିକ ବୈଠକ
କେନ୍ଦ୍ରାପଡା : କେନ୍ଦ୍ରାପଡ଼ା ଜିଲ୍ଲା ଯାତ୍ରା କମିଟି ସଂଘର ଦ୍ୱିତୀୟ ବାର୍ଷିକ ବୈଠକ ଜିଲ୍ଲା ସଭାପତି ମିହିର କୁମାର ସାମଲଙ୍କ ଅଧକ୍ଷତାରେ ଉଦୟନଗର ସ୍ଥିତ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାର ୯ ଗୋଟି ବ୍ଲକର ସଂଖ୍ୟାଧିକ ଯାତ୍ରା କମିଟିର ସଭ୍ୟ ମାନେ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡ଼ା ପୌରାଧ୍ୟକ୍ଷା ସରିତା ସାହୁ ଯୋଗ ଦେଇଥିବା ବେଳେ ଜିଲ୍ଲା ଯାତ୍ରା କମିଟି ସମ୍ପାଦକ ପ୍ରଫେସର ବୈକୁଣ୍ଠ ନାଥ ପରିଡା, ସଂମ୍ମାନନିୟ ଅତିଥି ତୁଷାରକାନ୍ତି ଘୋଷ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ମୁଖ୍ୟ ଆଭିମୁଖ୍ୟ ଥିଲା ରାଜ୍ୟରେ ଥିବା ଯାତ୍ରା ପାର୍ଟି ମାନଙ୍କ ଅହେତୁକ ଅର୍ଥ ଦାବି ଏବଂ ମନମୁଖୀ କାର୍ଯ୍ୟକଳାପ ଓ ଯାତ୍ରା ପାର୍ଟି ମାନଙ୍କ ଏହିପରି କାର୍ଯ୍ୟକଳାପ ପାଇଁ ରାଜ୍ୟ ଏବଂ ଜିଲ୍ଲାରେ ଥିବା ବିଭିନ୍ନ ଯାତ୍ରା କମିଟି ଗୁଡିକ ମନବଳ ହ୍ରାସ ପାଇଛି ଏବଂ ସେମାନେ ଯାତ୍ରା କରିବା ପାଇଁ ଅସମର୍ଥ ପ୍ରକାଶ କରୁଛନ୍ତି । କିନ୍ତୁ ଯାତ୍ରା ପାର୍ଟି ଗୁଡିକ ଏହାର ସୁବିଧା ନେଇ କମିଟି ଗୁଡିକୁ ଶୋଷଣ କରିବା ପାଇଁ ବସିଛନ୍ତି ଓ ଏବେ ଯାତ୍ରା ପାର୍ଟି ଗୁଡିକର ଅହେତୁକ ଅର୍ଥ ବୃଦ୍ଧି ଫଳରେ ଯାତ୍ରା କମିଟି ଗୁଡିକ ଯାତ୍ରା ପାର୍ଟି ଆଣିବାରେ ଅସମର୍ଥ ହେଉଛନ୍ତି । କାରଣ ଯଦି ଦେଖିବା ସର୍ବ ନିମ୍ନ ଯାତ୍ରା ଟିକେଟ ୪୦୦ ଟଙ୍କାରୁ ଉର୍ଦ୍ଧ ହେଲାଣି ଯାହା ସାଧାରଣ ଦର୍ଶକର ପକେଟକୁ ବାଧୁଥିବାର ଦେଖା ଦେଇଛି । ଏଣୁ ସବୁ ଗୁଡିକୁ ଯଦି ଦେଖାଯାଏ ତେବେ ଯାତ୍ରା ପାର୍ଟି ଗୁଡିକ ଆଗାମୀ ସମୟ ରେ ସେମାନଙ୍କ ଅର୍ଥ ଦାବି କମ ନକରନ୍ତି ତେବେ ଭବିଷ୍ୟତ ରେ ଗାଁ ଗହଳି ମାନଙ୍କ ରେ ଯାତ୍ରା ପଡିବା ବନ୍ଦ ହୋଇଯିବ । ଆସନ୍ତା ବର୍ଷ ରେ ଯଦି ଯାତ୍ରା ମଲିକ ସଙ୍ଘ ଏହି ଅହେତୁକ ଅର୍ଥ ବୃଦ୍ଧିକୁ କମ ନକରନ୍ତି ତେବେ ଯାତ୍ରା ପ୍ରତି ଲୋକ ମାନଙ୍କର ରୁଚି କମିଯିବ ଓ ଏଥିସହ ଯାତ୍ରା କମିଟି ମାନେ ଯାତ୍ରା କରିବା ମଧ୍ୟ ବନ୍ଦ କରିଦେବେ ବୋଲି ବୈଠକରେ ମତପ୍ରକାା ପାଇଥିଲା ।