ଡା. ଦେବେନ୍ଦ୍ର ପ୍ରଧାନ ପ୍ରତିଭା ସମ୍ମାନ ସମାରୋହ 

 ଟାଙ୍ଗୀ-ଚୌଦ୍ୱାର: ସଚେତନ ନାଗରିକ ମଞ୍ଚ ଚୌଦ୍ୱାର ପକ୍ଷରୁ ସ୍ଥାନୀୟ ଟାଉନ ହଲ ଠାରେ ଡାକ୍ତର ଦେବେନ୍ଦ୍ର ପ୍ରଧାନ ପ୍ରତିଭା ସମ୍ମାନ୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଛି । ମଞ୍ଚର କାର୍ଯ୍ୟକାରୀ ସଭାପତି ସତ୍ୟବ୍ରତ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଟକ ସାଂସଦ ଭର୍ତ୍ତୃହରି ମହତାବ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଯୁବ ପ୍ରତିଭାମାନଙ୍କୁ ସମ୍ମାନିତ କରିବାର ସଚେତନ ନାଗରିକ ମଞ୍ଚର ଉଦ୍ୟମକୁ ପ୍ରଶଂସା କରିଥିଲେ । ବିଜେପି ଓବିସି ମୋର୍ଚ୍ଚାର ରାଜ୍ୟ ସଭାପତି ସୁରଥ ବିଶ୍ୱାଳ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବାବେଳେ ବିଜେପି କଟକ ଜିଲ୍ଲା ସଭାପତି ସୁକାନ୍ତ ବିଶ୍ୱାଳ, ଓବିସି ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ତଥା ମଞ୍ଚର ଉପଦେଷ୍ଟା ଜ୍ଞାନେନ୍ଦ୍ର ସ୍ୱାଇଁ, ମଞ୍ଚ ସଭାପତି ଅକ୍ଷୟ ଭୂୟାଁ, ହିନ୍ଦ ସେବକ ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାମୋଦର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଶ୍ରୀଯୁକ୍ତ ସାଂସଦ ଟାଙ୍ଗୀଚୌଦ୍ୱାର ଅଞ୍ଚଳରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଏ୧ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଥିବା କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।  ଏଥିସହିତ ଟେଟ୍ରା ହେଡ୍ରନ ଗ୍ରୁପର ଅଧ୍ୟକ୍ଷ ଡକ୍ଟର ତ୍ରିଦେବ ବେହେରା, ଉକôଳ ଇଣ୍ଟର ନେସନାଲ ସ୍କୁଲ ଚେୟାରମ୍ୟାନ ଡକ୍ଟର ଗଣେଶ ପ୍ରସାଦ ବେହେରା ଓ ଡାଏନା ଡ୍ୟାନ୍ସ ଗ୍ରୁପର ଶୁଭମ ସରିତା କରଙ୍କୁ ମୁଖ୍ୟଅତିଥି  ମାନପତ୍ର  ପ୍ରଦାନ କରିଥିଲେ । ସେହିପରି ପଦ୍ମଶ୍ରୀ ଉତ୍ସବ ଚରଣ ଦାସ, ସନ୍ଥ ଦୁର୍ଗା ପ୍ରସାଦଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଧିରଞ୍ଜନ ସିଂହ, ସଞ୍ଜୟ ମହାରଣା, ତନ୍ମୟ ସାହୁ, ସଂଜୀବ ତିୱାରୀ, ପ୍ରକାଶ ସାହୁ, ଭିକି ଦାଶ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ତେର ନମ୍ବର ୱାର୍ଡ ପାରିଷଦ  ସୁଜାତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।