ଅରୁଣଙ୍କୁ ‘ବ୍ୟାସ ଗୌରବ ସମ୍ମାନ’
ଭଦ୍ରକ : ଫକୀର ମୋହନ ବିଶ୍ୱବିଦ୍ୟାଳୟର ୨୭ତମ ପ୍ରତିଷ୍ଠା ଦିବସ ନୂଆପାଢୀସ୍ଥିତ ନୂତନ କ୍ୟାମ୍ପସ ପରିସରରେ ପାଳିତ ହୋଇଯାଇଛି । ଏହି ଉସôବରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଢ଼ଙ୍ଗୀ ମୁଖ୍ୟ ଅତିଥିଭାବେ ଯୋଗଦାନ କରିଥିଲେ । ଏହି ଅବସରରେ ବାଲେଶ୍ୱର ଜିଲ୍ଲା ଓ ଭଦ୍ରକ ଜିଲ୍ଲାରୁ ଜଣେ ଲେଖାଏଁ ସାରସ୍ୱତ ପ୍ରତିଭାଧାରୀ ବ୍ୟକ୍ତିଙ୍କୁ ବିଶ୍ୱ ବିଦ୍ୟାଳୟର ସମ୍ମାନଜନକ ପୁରସ୍କାର “ବ୍ୟାସ ଗୌରବ ସମ୍ମାନ-୨୦୨୫” ପ୍ରଦାନ କରାଯାଇଛି । ଚଳିବ ବର୍ଷ ପାଇଁ ଭଦ୍ରକ ଜିଲ୍ଲାରୁ କୃଷିବିତ୍ ତଥା ଓଡ଼ିଶାର କୃଷିକବି ଅରୁଣ କୁମାର ପାତ୍ରଙ୍କୁ ତାଙ୍କ ଜୀବନ ବ୍ୟାପୀ କୃଷି ସାହିତ୍ୟ ସାଧନା ଓ ସମାଜସେବା ପାଇଁ ଏହି ବ୍ୟାସ ଗୌରବ ସମ୍ମାନ-୨୦୨୫ ପ୍ରଦାନ କରାଯାଇଛି । ଏଥିରେ ତାଙ୍କୁ ଫକୀର ମୋହନଙ୍କର ଧାତବ ମୂର୍ତ୍ତି, ମାନପତ୍ର, ଉତ୍ତରୀୟ ଏବଂ ପୁରସ୍କାର ଅର୍ଥରାଶି ପ୍ରଦାନ କରାଯାଇଛି । ଉଲ୍ଲେଖନୀୟ ଯେ ଶ୍ରୀ ପାତ୍ର ‘ଭାଗବତ ଛନେ୍ଦ କୃଷିବିଜ୍ଞାନ” ସମେତ ପ୍ରାୟ ୩୦ ଗୋଟିରୁ ଉଦ୍ଧ୍ୱର୍ ପଦ୍ୟ ଓ ଗଦ୍ୟଧର୍ମୀ କୃଷି ପୁସ୍ତକ ରଚନା କରିଛନ୍ତି । ଏହା ବ୍ୟତୀତ ବିଶ୍ୱକବି ରବୀନ୍ଦ୍ର ନାଥ ଠାକୁରଙ୍କ ନୋବେଲ ପୁରସ୍କାର ପ୍ରାପ୍ତ ପୁସ୍ତକ ‘ଗୀତାଞ୍ଜଳି’କୁ ଉଭୟ ଇଂରାଜୀ ଓ ବଙ୍ଗଳାରୁ ଓଡ଼ିଆରେ ଅନୁବାଦ କରିଛନ୍ତି ।