ଅଜଣା ଗାଡି ଧକ୍କାରେ ପଥଚାରୀଙ୍କ ମୃତୁ୍ୟ

 ଆନନ୍ଦପୁର  : ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥ ଜର୍ଦା ଓଭର ବ୍ରିଜ ତଳେ ଅଜଣା ଗାଡି ଧକ୍କାରେ ଜଣେ ପଥଚାରୀଙ୍କ ମୃତୁ୍ୟ ହୋଇଥିବା ଜଣାପଡିଛି  । ସୂଚନା ଅନୁଯାୟୀ ଆନନ୍ଦପୁର ଥାନା ଅନ୍ତର୍ଗତ ଗୟଳମୁଣ୍ଡା ଗ୍ରାମର ନାରାୟଣ ମୁଣ୍ଡା (୨୦) କୌଣସି କାର୍ଯ୍ୟରେ ଜର୍ଦା ଆସିଥିବା ବେଳେ ବିଳମ୍ବିତ ରାତିରେ ତାଙ୍କୁ ଏକ ଅଜଣା ଗାଡି ଧକ୍କା ଦେଇଥିଲା  । ଏନେଇ ସ୍ଥାନୀୟ ଲୋକେ ରାମଚନ୍ଦ୍ରପୁର ଥାନାରେ ଖବର ଦେଇଥିଲେ  । ସ୍ଥାନୀୟ ଲୋକେ ପୁଲିସ ଉପସ୍ଥିତିରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସାଇଁକୁଳ ହସ୍ପିଟାଲରେ ଭର୍ତି କରାଯାଇଥିଲା  । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି  । ମୃତ ପଥଚାରୀ ଜଣକ ଗୟଳମୁଣ୍ଡା ଗ୍ରାମର ହୋଇଥିବା ଜାଣିବା ପରେ ଆନନ୍ଦପୁର ଥାନାକୁ ଖବର ଦେଇଥିଲେ  । ଖବର ପାଇ ଘର ଲୋକେ  ସାଇଁକୁଳ ହସ୍ପିଟାଲରେ ପହଞ୍ଚିଥିଲେ  ।
ହାତୀ ଆକ୍ରମଣରେ ବୃଦ୍ଧ ମୃତ
ାା ପ୍ରଭାନୁ୍ୟଜ ।ା ହିନେ୍ଦାଳ, ୧୩ା୭ : ହିନେ୍ଦାଳ ବନାଞ୍ଚଳ ଖଜୁରିଆ କଟା ସେକ୍ସନ ଠୋକର ଗ୍ରାମରେ ଆଜି ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତୁ୍ୟ ହୋଇଥିବାର ଜଣା ଯାଇଛି । ଘଟଣାରୁ ଜଣା ଯାଏ ଯେ ଏହି ଗ୍ରାମର ଖେନା ମାଝୀ (୮୦)ଆଜି ଅପରାହ୍ନ ରେ ବିଲକୁ କାମ କରିବା ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇ ଘଟଣା ସ୍ଥଳରେ ମୃତୁ୍ୟ ବରଣ କରିଥିଲେ । ଗ୍ରାମ ନିକଟସ୍ଥ ଖାଲତଇଳା ବନ୍ଧ ନିକଟରେ ହାତୀ ଆକ୍ରମଣ କରିଥିବାର ଜଣା ଯାଇଛି । ଘଟଣା ସ୍ଥଳରେ ବନବିଭାଗ ଓ ବାଲିମି ପୁଲିସ ପହଞ୍ଚି  ତଦନ୍ତ ଜାରି ରଖିଛି ।
ଟ୍ରକ ଓ ପିକ ଅପ ଧକ୍କା, ୩ ଗୁରୁତର
ାା ପ୍ରାଭାନୁ୍ୟଜ ।ା ଗୋଲାମୁଣ୍ଡା, ୧୩ା୭ : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ତୁମୁରା ଧାନ ମଣ୍ଡି ନିକଟସ୍ଥ ବିଜୁ ଏକ୍ସପ୍ରେସ ଫୋର୍ୱେ ଠାରେ ଏକ କୁକୁଡ଼ା ବୋଝେଇ ପିକ୍କପ ଗାଡ଼ିକୁ ଏକ ଟ୍ରକ ପଛପଟୁ  ଧକ୍କା ଦେଇଥିବା ଦେଖିବାକୁ ମିଳିଛି   । ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି  ତିନି ଜଣ  ଗୁରୁତର ବ୍ୟକ୍ତିଙ୍କୁ ଉଦ୍ଧାର କରି ଧର୍ମଗଡ ଉପଖଣ୍ଡ ଚିକିସôାଳୟକୁ ପଠାଇ ଥିବା ଜଣାପଡିଛି । ସୂଚନା କ୍ରମେ ସକାଳ ୫ ଘଟିକା ସମୟରେ କୁକୁଡ଼ା ବୋଝେଇ ଗାଡ଼ି ନୂଆପଡ଼ା ଜିଲ୍ଲାରୁ ନବରଙ୍ଗପୁର ଜିଲ୍ଲା ଅଭିମୁଖେ ଯାଉଥିବା ବେଳେ ସମାନ ରାସ୍ତାରେ ଯାଉଥିବା ଏକ କପଡା ବୋଝେଇ ଟ୍ରକଟି  ଛତିଶଗଡ଼ ରାଇପୁର ଠାରୁ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଅଭିମୁଖେ ଯାଉଥିବା  ସମୟରେ ତୁମୂରା ଧାନ ମଣ୍ଡି ନିକଟସ୍ଥ ବିଜୁ ଏକ୍ସପ୍ରେସ ଫୋର୍ୱେ ଠାରେ ପଛପଟୁ ଧକ୍କା ଦେଇଥିଲା  । ଯାହା ଫଳରେ ଉଭୟ ଦୁଇଟି ଗାଡ଼ି ଓଲଟିପଡ଼ିଯାଇଥିଲା  । ଟ୍ରକ ଚାଳକ ଅଳ୍ପକେ ମୃତୁ୍ୟ ମୁଖରୁ ବର୍ତ୍ତି ଯାଇଛି  । ଘଟଣା ସ୍ଥଳରେ ଗୋଲାମୁଣ୍ଡା ପୁଲିସ ପହଞ୍ଚି ତଦନ୍ତ ଜାରି ରଖଛି  । ସ୍ଥାନୀୟ ଲୋକେ ପୁଲିସ ଉପସ୍ଥିତିରେ କୁକୁଡ଼ା ଗୋଟାଇ ନେଉଥିବା ଭିଡିଓ ଭାଇରେଲ ହେବାରେ ଦେଖିବାକୁ ମିଳିଥିଲା  ।
ସର୍ପାଘାତରେ ମହିଳା ମୃତ
ାା ପ୍ରଭାନୁ୍ୟଜ ।ା ବାରଙ୍ଗ,୧୩ା୭ : ବିଷାକ୍ତ ସାପ କାମୁଡାରେ ବାଙ୍କୀ ଥାନା ଅନ୍ତର୍ଗତ ବାଆଁରା ଗ୍ରାମର ସ୍ୱର୍ଣ୍ଣଲତା ଜେନା (୫୭)ଙ୍କ ମୃତୁ୍ୟ ଘଟିଛି  । ସୁଚନା ଅନୁଯାଇ  ଗାଈଙ୍କ ଖାଦ୍ୟ ଯୋଗାଡ଼ ପାଇଁ ବାଡ଼ି ପଛ ପଟେ ଗଦା ହୋଇଥିବା ପାଳ ଗଦାରୁ ପାଳ ଆଣୁଥିବା ବେଳେ ବିଷାକ୍ତ ସାପ କାମୁଡିଥିଲା  । ପ୍ରାଥମିକ ଚିକିସôା ପାଇଁ କଟକ ଏସିବିରେ ଭର୍ତ୍ତି କରାଯାଇଥିଲା  । ସେଠାରେ ଡାକ୍ତର ବହୁ ସମୟ ଧରି ଚିକିତ୍ସା ପରେ ସ୍ୱର୍ଣ୍ଣଲତାଙ୍କ ମୃତୁ୍ୟ ଘଟିଥିବା କହିଥିଲେ  । ସାପ କାମୁଡାରେ ମହିଳାଙ୍କ ମୃତୁ୍ୟକୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଛି  ।
୨ ମାସ ପୂର୍ବେ ବାପାକୁ ହତ୍ୟା କରିଥିଲେ
ଏବେ ପୁଅର ଗଳା କାଟିଲେ
ାା ପ୍ରଭାନୁ୍ୟଜ ।ା ରାଜକନିକା,୧୩ା୭: ରାଜକନିକା ଥାନା ଅନ୍ତର୍ଗତ ଭାରୀଗଦା ପଞ୍ଚାୟତର ମଙ୍ଗଳପୁର ଗ୍ରାମର ଜଣେ ଯୁବକଙ୍କୁ ରବିବାର ରାତିରେ ଗଳା କାଟି ହତ୍ୟା ଉଦ୍ୟମ କରାଯାଇଛି  । ଯୁବକ ଜଣକ ହେଲେ ମଙ୍ଗଳପୁର ଗ୍ରାମର ବିମଳ ରାଉତ(୨୨)  । ୨ ମାସ ପୂର୍ବରୁ ତାଙ୍କ ବାପା ବାବାଜି ରାଉତଙ୍କୁ ହତ୍ୟା କରାଯାଇଥିଲା  । ଏବେ ପୁଅର ଗଳାକାଟି ହତ୍ୟା ଉଦ୍ୟମ କରାଯାଇଛି  । ତେବେ ପୂଅକୁ ଆକ୍ରମଣ କରିଥିବା ଗୋଷ୍ଠୀରେ କେଉଁମାନେ ଅଛନ୍ତି ତାହା ଏବେ ପୁଲିସ ତଦନ୍ତ କରୁଛି  । ଖବର ନେବାରୁ ଜଣାପଡିଛି ବିମଳ ଜରିସାହି ଗାଁ ର ପିଉଷୀଙ୍କ ଘରକୁ ଯାଇଥିଲେ  । ରାତିରେ ନିଜ ଗ୍ରାମ ମଙ୍ଗଳପୁରକୁ ଫେରୁଥିବା ବେଳେ ଜରିସାହି-ଚେରଣ୍ଟପଡା ଗ୍ରାମ ରାସ୍ତା ମଝିରେ ୪ ଜଣ ମୁଖା ପିନ୍ଧା ଦୁର୍ବୃ ତାଙ୍କ ଗାଡିକୁ ଅଟକାଇ ତାଙ୍କ ଗଳାକୁ ଧାରୁଆ ଅସ୍ତ୍ରରେ କାଟି ଦେଇଥିଲେ  । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ନେଇ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତୀ କରାଯାଇଛି  । ଆକ୍ରମଣ କରିଥିବା ଦୁର୍ବୃତ୍ତମାନେ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଯାଛନ୍ତି  । ପୁଲିସ ଖବର ପାଇ ଘଟଣା ସ୍ଥଳରେ ତଦନ୍ତ ଆରମ୍ଭ କରିଛି  । ଏ ନେଇ ଥାନାରେ ଏକ ମାମଲା ହୋଇଥିବା ଥାନାଧିକାରୀ ସଞ୍ଜୟ ମଲ୍ଲିକ କହିଛନ୍ତି  ।