ଜାତୀୟ ମତ୍ସ୍ୟ ଚାଷ ଦିବସ
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସଦର ମହକୁମାର ସ୍ଥାନୀୟ ଉପ ମତ୍ସ୍ୟ ନିଦେ୍ର୍ଦଶକଙ୍କ ସମ୍ମିଳନୀ କକ୍ଷରେ ଜାତୀୟ ମତ୍ସ୍ୟ ଚାଷ ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ମୁଖ୍ୟ ଜିଲ୍ଲା ପଶୁଧନ ଅଧିକାରୀ ଦେବେନ୍ଦ୍ର କୁମାର ସୋଲଙ୍କି ଯୋଗ ଦେଇ ଥିବାବେଳେ ପ୍ରକଳ୍ପ ନିଦେ୍ର୍ଦଶକ ମୃତ୍ତିକା ସଂରକ୍ଷଣ ଜ୍ଞାନ ରଞ୍ଜନ ଆଚାର୍ଯ୍ୟ, ଉପଉଦ୍ୟାନ ନିଦେ୍ର୍ଦଶକ ପ୍ରଦୀପ କୁମାର ବଳ, ଜିଲ୍ଲା ପ୍ରକଳ୍ପ ସଂଯୋଜକ କାର୍ତ୍ତିକ ଚନ୍ଦ୍ର ନାୟକ,ପୂର୍ବତନ ଜିଲ୍ଲା ମସô୍ୟ ଅଧିକାରୀ ସୁରେନ୍ଦ୍ର କୁମାର ଘୋଡ଼େଇ ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ସମସ୍ତଙ୍କୁ ସ୍ୱାଗତ କରିବା ସହ ଏହି ଦିବସ ପାଳନ ସମ୍ପର୍କରେ ସଂକ୍ଷିପ୍ତ ବକ୍ତବ୍ୟ ରଖିଥିଲେ । ବାଲେଶ୍ୱର ଜୋନ ଉପ ମତ୍ସ୍ୟ ନିଦେ୍ର୍ଦଶକ ଦୀପ୍ତି କୁମାର ମହାପାତ୍ର ମତ୍ସ୍ୟ ବିଭାଗ ଦ୍ୱାରା ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଅବତାରଣା କରିଥିଲେ । ଏହି ଜାତୀୟ ଦିବସ ପାଳନ ଅବସରରେ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ବ୍ଲକରୁ ୬୫ ଜଣ ମତ୍ସଜୀବୀ, ମତ୍ସ୍ୟ ଚାଷୀ, ସ୍ୱଂୟ ସହାୟକ ଗୋଷ୍ଠୀ ସଦସ୍ୟା ଅଂଶଗ୍ରହଣ କରି ଆଲୋଚନାରେ ଭାଗ ନେଇଥିଲେ । ଏବଂ ବିଭିନ୍ନ ଯୋଜନାରେ ଶ୍ରେଷ୍ଠତା ପ୍ରତିପାଦନ କରିଥିବା ୫ ଜଣ ହିତାଧିକାରୀଙ୍କୁ ଟଫି ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧନା କରାଯାଇଥିଲା । ଶେଷରେ ନୀଳଗିରି ସହକାରୀ ମତ୍ସ୍ୟ ଅଧିକାରୀ ପ୍ରିୟଙ୍କା ପ୍ରିୟଦର୍ଶୀ ପୃଷ୍ଟି ଧନ୍ୟବାଦ୍ ଅର୍ପଣ କରିଥିଲେ ।