ସାରସ୍ୱତ କେଳିକୁଞ୍ଜର ବାର୍ଷିକ ଅଧିବେଶନ
ବାଲିଚନ୍ଦ୍ରପୁର : ଗୋକୁଳପୁର ଉଚ୍ଚ ଇଂରାଜୀ ବିଦ୍ୟାଳୟରେ କେଳିକୁଞ୍ଜ ରାହାଣିଆର ୨୩ତମ ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ସାହିତିକ ଡ. ଜନାର୍ଦ୍ଦନ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଅଧ୍ୟାପକ ଦାଶରଥୀ ସ୍ୱାଇଁ ଉଦ୍ଘାଟନ କରି କହିଲେ ଯେ, କବି ଜଣେ ଜଣେ ସ୍ରଷ୍ଟା । ସେ ମାଟି ମନସ୍କ କରିପାରେ ଏବଂ ବିପ୍ଲବ କରି ସମାଜକୁ ଦିଗ୍ ଦର୍ଶନ ଦେବାରେ ସହାୟକ ହୋଇପାରେ । ମୁଖ୍ୟଅତିଥି ଭାବେ କବି ଅଲେଖ ଚନ୍ଦ୍ର ଦାସ ଯୋଗ ଦେଇ ସାହିତ୍ୟ ସଂସ୍କୃତି ପଲ୍ଲ ଜୀବନର ନିଖୁଣ ଚିତ୍ରକୁ ମନର ଭାଷା ଦେଇ ବର୍ଣ୍ଣନା କରିପାରେ । ବକ୍ତା ଭାବେ କବି ସତ୍ୟବ୍ରତ ପୁହାଣ ଯୋଗଦେଇ କବିତା ସର୍ବଦା ଜନଜୀବନର କଥା କହିଥାଏ ବୋଲି କହିଥିଲେ । ଅନୁଷ୍ଠାନର ସଭାପତି କବି ରାମଚନ୍ଦ୍ର ଶତପଥୀ ସ୍ୱାଗତ ଭାଷଣ, ଗଣେଶ୍ୱର ସାହୁ ଅତିଥି ପରିଚୟ ଦେଇଥିଲେ । ଉତ୍ସବରେ ଜାତୀୟ ଖେଳାଳି ପୁଷ୍ପାଞ୍ଜଳୀ ବେହେରାଙ୍କୁ ମିହିର ସେନ ସମ୍ମାନ ସହିତ ବିଭୁତି ଭୂଷଣ ସାହୁଙ୍କୁ ଉପେନ୍ଦ୍ର ସାହୁ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଶିବନାରାଯଣ ରାଏଙ୍କୁ କମଲାକାନ୍ତ କର ସମ୍ମାନରେ ସମ୍ମାନିତ କରାଯାଇଥିଲା । କବିତା ଆସରରେ କବି ଲବଙ୍ଗଳତା ରାଉତ, ରାମଚନ୍ଦ୍ର ମହାପାତ୍ର, ରାମଚନ୍ଦ୍ର ଶତପଥୀ, ଓ ସତ୍ୟାନନ୍ଦ ନାଏକ ସ୍ୱରଚିତ କବିତାମାନ ପାଠ କରିଥିଲେ । ସତ୍ୟାନନ୍ଦ ନାଏକ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ କବି ରାମଚନ୍ଦ୍ର ଶତପଥୀଙ୍କ ଦ୍ୱାରା ରଚିତ ପୁସ୍ତକ ଦୁ୍ୟତକ୍ରୀଡା ଉନ୍ମୋଚିତ ହୋଇଥିଲା । ପ୍ରଧାନଶିକ୍ଷକ ଓ ସହକର୍ମୀ ସହଯୋଗ କରିଥିଲେ ।