ନବ ଭାରତ ହିନ୍ଦୁ ସଂଗଠନର ବିକ୍ଷୋଭ 

 ଦାନଗଦୀ: ନବ ଭାରତ ହିନ୍ଦୁ ସଂଗଠନ ତରଫରୁ ଏକ ଶୋଭାଯାତ୍ରା ସହ ବିକ୍ଷୋପ ପ୍ରଦର୍ଶନ କରାଯାଇଥିଲା ।ଶତାଧିକ ଯୁବକ ହାତରେ ଗୈରିକ ପତାକା ଓ ବ୍ୟାନର ଧରି ମିଲିଟାରୀ ଛକରୁ ପଦଯାତ୍ରାରେ ବାହାରି ଦାନଗଦୀ ବଜାର ପରିକ୍ରମା କରି ବ୍ଲକ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରିଥିଲେ । ପଦଯାତ୍ରୀ  ଭାରତ ମାତାକି ଜୟ, ଜୟ ଶ୍ରୀରାମ, ଗୋ ମାତାକି ଜୟ ଆଦି ସ୍ଲୋଗାନ ଦେବା ସହ ଓଡିଶାରୁ ବାଂଲାଦେଶୀ ରୋହିଙ୍ଗା ଅନୁପ୍ରବେଶ କାରୀଙ୍କୁ ଚିହ୍ନଟ କରି ବିତାଡିତ କରିବା, ଗୋ ହତ୍ୟା, ଗୋ-ଚାଲାଣ ଓ ବେଆଇନ କଂସେଇ ଖାନା ବନ୍ଦ କରିବା ସହ ଗୋ ମାତାଙ୍କୁ ରାଜମାତା ଘୋଷଣା କରିବା ପାଇଁ ଦାବି କରିବା ସହ ଲୋକଙ୍କୁ ସଚେତନ କରାଇଥିଲେ । ଅଭୟ ସିଂ ରାଉତରାୟ, ଅଭିମନୁ୍ୟ ମହାକୁଡ଼, ସତ୍ୟରଞ୍ଜନ ନାୟକ, ରାଜେଶ ନାୟକ, ବିକ୍ରମ ମଲ୍ଲିକ, ଆଶୁତୋଷ ନାୟକ, ପ୍ରିୟାଂଶୁ ନାୟକ, ଆଶିଷ ନାୟକ, ସଞ୍ଜିତ ସାମଲ ପ୍ରମୁଖ ସାମିଲ ଥିଲେ ।