କେନ୍ଦ୍ରୀୟ ବଜେଟ ନୈରାଶ୍ୟଜନକ
ପୁରୀ: କେନ୍ଦ୍ରୀୟ ବଜେଟକୁ ବିରୋଧ କରି ଟ୍ରେନ୍ ୟୁନିୟନ୍ ସମୂହ ଓ କିଷାନ୍ ମୋର୍ଚ୍ଚା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ବଜେଟ ପୁସ୍ତିକା ପୋଡ଼ାଯାଇଛି । ସିଆଇଟିୟୁର ଜିଲ୍ଲା ସମ୍ପାଦକ ଶରତ ରାୟଗୁରୁ, ଜଗନ୍ନାଥ ଦେଓ, ଏଆଇଟିୟୁସିର ପ୍ରଦୀପ୍ତ ମହାନ୍ତି, ବ୍ରଜବନ୍ଧୁ ପ୍ରଧାନ, କୃଷକ ନେତା ଭୀମ ସ୍ୱାଇଁ, କୃଷ୍ଣ ରାଉତ, ମୋହନ ନାଇଡ଼ୁ, ସୁରେନ୍ଦ୍ର ଜେନା, ପିତବାସ ବେହେରା, ହରିହର ସେନାପତି ପ୍ରମୁଖ କେନ୍ଦ୍ରୀୟ ବଜେଟ ଜନସାଧାରଣଙ୍କ ପ୍ରତି ଆବଶ୍ୟକତା ପୂରଣ କରିବାରେ ବିଫଳ ହୋଇଛି ବୋଲି ପ୍ରକାଶ କରିଥିଲେ । ସେମାେ ଅଭିଯୋଗ କରିଥିଲେ ଯେ ଶିକ୍ଷା, ସ୍ୱାସ୍ଥ୍ୟ, ଗ୍ରାମୀଣ ବିକାଶ ଓ ମନୋରେଗାରେ କମ୍ ବ୍ୟୟବାରଦ କରିବା ଏକ ଉପହାସ । ବୀମା କ୍ଷେତ୍ରରେ ଶତପ୍ରତିଶତ ବିଦେଶୀ ପୁଞ୍ଜି ବିନିଯୋଗ କରିବା ଅର୍ଥ ସାଧାରଣ ଲୋକଙ୍କ ଅର୍ଥକୁ କମ୍ପାନୀ ହାତରେ ଟେକିଦେବା । ବଜେଟରେ ଖାଦ୍ୟପଦାର୍ଥ ଉପରେ ଜି.ଏସ୍.ଟି ଅପରିବର୍ତ୍ତିତ ରଖାଯାଇଛି । ତେଣୁ ଦର କମିବ ନାହିଁ । ଧନୀକଙ୍କ ନିମନ୍ତେ ସମ୍ପତ୍ତି କର ବସାଇବା ପାଇଁ ପ୍ରଧାନମନ୍ତ୍ରୀ କୁଣ୍ଠାବୋଧ କରୁଛନ୍ତି । ଅନ୍ୟପଟେ ପେଟ୍ରୋଲ, ଡ଼ିଜେଲ୍ରେ ଜିଏସ୍ଟି ଲଗୁ କଲେ ନାହିଁ । କୃଷି କ୍ଷେତ୍ରରେ ବ୍ୟୟବରାଦ ହ୍ରାସ କରିଛନ୍ତି । ଚାଷୀ ଫସଲର ଏମ୍ଏସ୍ପି ଦେବା ବ୍ୟବସ୍ଥା କଲେନାହିଁ । ଫଳରେ କୃଷକ, ଶ୍ରମିକ ଓ ଗରିବ ଲୋକଙ୍କ କ୍ରୟଶକ୍ତି ହ୍ରାସ ପାଉଥିବାବେଳେ ରୋଜଗାର ଓ ମଜୁରୀ ବୃଦ୍ଧି ପାଇଁ କୌଣସି ଯୋଜନା ନାହିଁ । ଅପର ପକ୍ଷରେ ବିହାର ପାଇଁ ଭଣ୍ଡାର ଖୋଲି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏହା ସଂଘୀୟ ଗଣତନ୍ତ୍ର ପ୍ରତି ଉପହାସ । ଆଗାମୀ ଦିନରେ ଏହା ବିରୋଧରେ ଗଣ ଆନେ୍ଦାଳନ କରାଯିବବୋଲି ଦଳୀୟ ନେତାମାନେ ଚେତାବନୀ ଦେଇଛନ୍ତି ।