ସାର ଦୋକାନରେ ଚଢଉ

 ଚାନ୍ଦବାଲି :ଚାନ୍ଦବାଲି-ଭଦ୍ରକ ଜିଲ୍ଲା  ଚାନ୍ଦବାଲିରେ ବିଭିନ୍ନ ସାର ଦୋକାନ ଉପରେ ଦୀର୍ଘ ଚାରି ଘଣ୍ଟା ଧରି ଚାନ୍ଦବାଲି ମାଜିଷ୍ଟ୍ରେଟ୍ ଓ କୃଷି ବିଭାଗର ମିଳିତ ଚଢ଼ାଉ ହୋଇଛି । ବହୁତ ଦିନ ଧରି ଚାନ୍ଦବାଲିର ବିଭିନ୍ନ ସ୍ଥାନରେ ନକଲି ସାର ଓ ନକଲି କୀଟନାଶକ ଔଷଧ ବିକ୍ରି ହୋଉଥିବା ଅଭିଯୋଗ ହୋଇ ଆସୁଥିଲା । କୃଷିବିଭାଗ ଓ ସ୍ଥାନୀୟ ତହସିଲଦାର ମିଳିତ ଭାବେ ବିଭିନ୍ନ ଡିଲର ପଏଣ୍ଟ ବୁଲି ଚଢ଼ାଉ କରିଥିଲେ ।  ବିଭିନ୍ନ ପ୍ରକାର ସାର ଓ କୀଟନାଶକ ଔଷଧର ନମୁନା ସଂଗ୍ରହ କରା ଯାଇଛି । ସୂଚନାଯୋଗ୍ୟ  ଡିଲର ମନୋରଞ୍ଜନ ମିହାନ୍ତିଙ୍କର ଡିଲର ଷ୍ଟକ୍ ପଏଣ୍ଟ ଚାନ୍ଦବାଲି ଜଶିପୁରରେ ରହିବା କଥା । କିନ୍ତୁ ମନୋରଞ୍ଜନ ମହାନ୍ତି ଚାନ୍ଦବାଲିରେ ବହୁ ସ୍ଥାନରେ ବେଆଇନ ଭାବେ ଷ୍ଟକ ପଏଣ୍ଟ ସହ ବିନା ଏଗ୍ରିମେଣ୍ଟରେ ସାର ଏବଂ କିଟନାଶକ ମହଜୁଦ ରଖିଛନ୍ତି । ଷ୍ଟକ ଠାରୁ ଅଧିକ ପରିମାଣରେ ମଧ୍ୟ ରଖାଯାଇ ଥିବା ଯାହା ସରକାରୀ ସ୍ତରରେ ସୂଚନା ଦେଇଛନ୍ତି ଅଧିକାରୀ । ଏମିତି ଅଭିଯୋଗ ହେବା ପରେ ବିଭିନ୍ନ ଷ୍ଟକ୍ ପଏଣ୍ଟର ଏଗ୍ରିମେଣ୍ଟ ମନୋରଞ୍ଜନ ମହାନ୍ତିଙ୍କୁ ମଗାଯାଇଛି  । ଏହା ସହିତ ସାର ଗୁଡ଼ିକର ସାମ୍ପୁଲ  ଟେଷ୍ଟ ପାଇଁ ଲାବୋରେଟୋରୀକୁ ପଠାଯାଇଛି । ଏହି ସମ୍ପର୍କରେ ଚାନ୍ଦବାଲି ତହସିଲଦାର ଏବଂ କୃଷି ବିଭାଗର ଅଧିକାରୀଣୀ କହିଛନ୍ତି ସାମ୍ପୁଲ ରିପୋର୍ଟରେ ଯଦି କିଛି ଭୁଲ୍ ରହିଥାଏ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ନିଆଯିବ ।