ସାହାନା ଆର୍ଥିକ ଇକୋସିଷ୍ଟମ ବୃଦ୍ଧିରେ ସଫଳତା

 ଭୁବନେଶ୍ୱର : ଅତ୍ୟାଧୁନିକ ଆଇଟି ସେବା ପରିଚାଳନା ସମାଧାନର ଏକ ବିଶିଷ୍ଟ ପ୍ରଦାନକାରୀ ସାହାନା ସିଷ୍ଟମ ଲିମିଟେଡ୍ ଥାଇଲାଣ୍ଡର ଆର୍ଥôକ ଇକୋସିଷ୍ଟମ ସମ୍ପର୍କରେ ଏହାର ରଣନୈତିକ ଯୋଗଦାନରେ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ଆନୁଷ୍ଠାନିକ ଅଗ୍ରଗତି ଘୋଷଣା କରିଛି  । କଂପାନିକୁ ଅର୍ଥ ମନ୍ତ୍ରଣାଳୟ, ରୟାଲ ଥାଇ ସରକାରଙ୍କ ଠାରୁ ଏକ ଚିଠି ମିଳିଛି, ଯେଉଁଥିରେ ଆନୁଷ୍ଠାନିକ ଭାବରେ ଦେୟ ଭିର୍ତିଭୂମିର ରଣନୈତିକ ଉନ୍ନତି ଏବଂ ଆର୍ଥôକ ଅନ୍ତର୍ଭୁକ୍ତୀକରଣର ବ୍ୟାପକ ଅଗ୍ରଗତି ପାଇଁ ସାହାନାଙ୍କ ବିସ୍ତୃତ ପ୍ରସ୍ତାବକୁ ସ୍ୱୀକାର କରାଯାଇଛି  । ସାହାନା ସିଷ୍ଟମ୍ ଲିମିଟେଡ୍ର ପରିଚାଳନା ନିଦେ୍ର୍ଧଶକ ପ୍ରତୀକ କାକାଡିଆ କହିଛନ୍ତ ରୟାଲ୍ ଥାଇ ସରକାରଙ୍କ ତରଫରୁ ଆଲୋଚନା ପାଇଁ ନିମନ୍ତ୍ରଣ ମିଳିଥିବାରୁ ଆମେ ବହୁତ ଖୁସି  । ଏହି ସହଯୋଗ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଏବଂ ନୂତନ ମାର୍ଗ ସୃଷ୍ଟି କରିବ । ଆମେ କେବଳ ଏକ ପ୍ରମୁଖ ବଜାର ମଧ୍ୟରେ ଆଶାଜନକ ନୂତନ ସମ୍ପର୍କ ଏବଂ ରଣନୈତିକ ସ୍ଥିତିର ଉନ୍ମୋଚନ ଆଶା କରୁନାହୁଁ, ବରଂ ଆମର ଦକ୍ଷତା ଏବଂ ପହଂଚକୁ ମଧ୍ୟ ଗଭୀର କରିବା ପାଇଁ ଚେଷ୍ଠା କରୁଛୁ   । ଆମର ଦୀର୍ଘମିଆଦୀ ଉଦେ୍ଧଶ୍ୟକୁ ସାକାର କରିବା ଏବଂ ନିରନ୍ତର ମୂଲ୍ୟ ବୃଦ୍ଧି ଦିଗରେ ଏହି ଆଲୋଚନା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ନିଜ ମତରେ କହିଛନ୍ତି  ।