ତାସ ଖେଳରୁ ବଚସା ଯୁବକଙ୍କୁ ହାଣିଲେ, ଜଣେ ଅଟକ

 ହିଞ୍ଜିଳିକାଟୁ :  ହିଞ୍ଜିଳି ଥାନା  ଶ୍ରଦ୍ଧାପୁର ଗ୍ରାମରେ ସାମାନ୍ୟ କଥାକୁ କେନ୍ଦ୍ର କରି ଜଣେ ଯୁବକ ଅନ୍ୟ ଜଣେ ଯୁବକଙ୍କୁ କୋଡିରେ ଆକ୍ରମଣ କରିଛନ୍ତି । ଆକ୍ରମଣରେ ଯୁବକ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି । ଆହତ ଜଣଙ୍କ ହେଲେ ହିଞ୍ଜିଳି ଥାନା ଶ୍ରଦ୍ଧାପୁର ଗ୍ରାମର ଅଜଣା ଦାସ (୨୯) ବୋଲି ଜଣାପଡ଼ିଛି । ହିଞ୍ଜିଳି ଥାନା ଶ୍ରଦ୍ଧାପୁର ଗ୍ରାମ ମଣ୍ଡପରେ ସଂପୃକ୍ତ ଗ୍ରାମର ଯୁବଗୋଷ୍ଠୀଙ୍କ ମଧ୍ୟରେ ଜୁଆଖେଳ ଚାଲିଥିଲା । ଖେଳ ସମୟରେ ସାମାନ୍ୟ କଥାକୁ କେନ୍ଦ୍ର କରି ୨ ପଡୋଶୀ ଅଜଣା ଦାସ ଓ ଜଗା ଦାସଙ୍କ ମଧ୍ୟରେ ବଚସା ହୋଇଥିଲା । ବଚସା ପରେ ଜୁଆଖେଳ ବନ୍ଦ କରି ସମସ୍ତ ଜୁଆଡି ଘରକୁ ଫେରିଥିଲେ । ଅଜଣା ଦାସ ଘର ବାରଣ୍ଡାରେ ବସିଥିବା ବେଳେ ଜଗା ଦାସ ଏକ କୋଡ଼ି ଧରି ଅଜଣା ଦାସଙ୍କ ଘର ସମ୍ମୁଖରେ ପହଞ୍ଚି ହଠାତ୍ ଅଜଣାଙ୍କ ମୁଣ୍ଡ ଓ ପିଠିକୁ ଆକ୍ରମଣ କରିଥିଲେ । ଆକ୍ରମଣରେ ଯୁବକ ଜଣଙ୍କ ଗୁରୁତର ଆହତ ହୋଇଥିଲେ । ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଚିକିସôା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିସôାଳୟରେ ଭର୍ତ୍ତି କରିଥିଲେ । ଅନ୍ୟପକ୍ଷରେ ଆକ୍ରମଣକାରୀ ଜଗା ଦାସଙ୍କୁ ଆଣି ଥାନାରେ ଅଟକ ରଖି ପୁଲିସ ପଚରାଉଚରା କରୁଛି  ।