ମୌସୁମୀରେ ଗ୍ରାହକଙ୍କ ସୁରକ୍ଷା ଆମ ପ୍ରାଥମିକତା
ଭୁବନେଶ୍ୱର : ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବୁ୍ୟସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ମୌସୁମୀ ଋୁତୁ ଲାଗି ପ୍ରସ୍ତୁତ ରହିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ମୌସୁମୀ ଋୁତୁରେ ପାଣି ଜମିବା, ବଜ୍ରପାତ ଓ ବିଦୁ୍ୟତ୍ ଯୋଗାଣରେ ଅସ୍ଥିରତା ଭଳି ଆହ୍ୱାନ ଦେଖାଦେଇଥାଏ । ଏଭଳି ପରିସ୍ଥିତି ବିଦୁ୍ୟତ୍ ଜନିତ ଦୁର୍ଘଟଣା ଗୁଡ଼ିକୁ ଏଡ଼ାଇବା ପାଇଁ ସଚେତନତା ଓ ପ୍ରତିଷେଧମୂଳକ ପଦକ୍ଷେପ ଆବଶ୍ୟକ । ଗ୍ରାହକଙ୍କ ପାଇଁ ମୌସୁମୀ ସମୟରେ ଅତ୍ୟାବଶ୍ୟକ ଟିପ୍ସ ଦେଇଛି ବିଭାଗ ଯେପରିକି ପାଣି ଅଞ୍ଚଳଠାରୁ ଦୂରେଇ ରହିବା, ବିଦୁ୍ୟତ୍ ବ୍ୟବସ୍ଥାର ଯାଞ୍ଚ କରିବା, ବିଦୁ୍ୟତ୍ ଉପକରଣ ଗୁଡ଼ିକୁ ଶୁଖିଲା ରଖିବାକୁ ଟିପିସିଓଡିଏଲ ଗ୍ରହକଙ୍କୁ ଅନୁରୋଧ କରିଛି । ଟିପିସିଓଡିଏଲ୍ର ସିଇଓ ଅରଭିନ୍ଦ୍ ସିଂହ କହିଛନ୍ତି ମୌସୁମୀ ଋତୁରେ ପାଣିପାଗ ସ୍ଥିତି ଯୋଗୁଁ ବିପଦ ଆଶଙ୍କା ବୃଦ୍ଧି ପାଉଥିବାରୁ ଟିପିସିଓଡିଏଲ୍ରେ ଆମେ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେଉଛୁ । ସତର୍କ ରହିବା ଏବଂ ଏହି ସରଳ ତଥା ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ପଦକ୍ଷେପଗୁଡ଼ିକୁ ପାଳନ କରିବା ପାଇ ସମସ୍ତ ଗ୍ରାହକଙ୍କୁ ଆହ୍ୱାନ ଦେଉଛୁ ।