ସାହିତି୍ୟକ ଶିଶିର ବେହେରା ସମ୍ୱର୍ଦ୍ଧିତ
ବାରିପଦା : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଗବେଷଣା ଓ ବିକାଶ ସେଲ୍ ଦ୍ୱାରା ଚଳିତବର୍ଷର ଭାଷା ସାହିତ୍ୟ ଗବେଷଣା ପାଇଁ ଓଡ଼ିଆ ବିଭାଗର ସହକାରୀ ପ୍ରଫେସର ଡକ୍ଟର ଶିଶିର ବେହେରାଙ୍କୁ ସମ୍ୱର୍ଦ୍ଧିତ କରାଯାଇଛି । ଭାଷା ସାହିତ୍ୟ ଗବେଷଣାରେ ସର୍ବାଧିକ ଗବେଷଣା ନିବନ୍ଧ ଓ ପୁସ୍ତକ ରଚନା ନିମନ୍ତେ ଡକ୍ଟର ବେହେରାଙ୍କୁ ମାନପତ୍ର, ସାର୍ଟିଫିକେଟ ସହ ଅର୍ଥରାଶି ପ୍ରଦାନ କରାଯାଇଛି । ଜାତୀୟ ବିଜ୍ଞାନ ଦିବସ ପାଳନ ଅବସରରେ ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, ସୋଆର ନାନୋବିଜ୍ଞାନ ଓ ନାନୋ ପ୍ରଯୁକ୍ତି କେନ୍ଦ୍ରର ନିଦେ୍ର୍ଦଶକ ପ୍ରଫେସର କୁଳମଣି ପରିଡ଼ା, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ ସାହୁ, ଗବେଷଣା ଓ ବିକାଶ ସେଲ୍ର ନିଦେ୍ର୍ଦଶକ ପ୍ରଫେସର ପ୍ରମୋଦ କୁମାର ଶତପଥୀ ଏବଂ ପ୍ରଫେସର ରାଜେଶ କୁମାର ସିଂ ପ୍ରମୁଖ ଉପସ୍ଥିତ ଥିଲେ ।
ଡକ୍ଟର ଶିଶିର ବେହେରା ଜଣେ ଗବେଷକ, ସମାଲୋଚକ ଓ ଅନୁବାଦକ ଭାବରେ ସୁପରିଚିତ । ସାହିତ୍ୟ ସମାଲୋଚନା ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ଲାଭ କରିଛନ୍ତି ।