ମାଉସୀମା’ ମନ୍ଦିରରେ ପହଞ୍ଚôଲେ ଚତୁର୍ଦ୍ଧାମୂର୍ତ୍ତି

  ନୀଳଗିରି  : ବିଶ୍ୱବ୍ରହ୍ମାଣ୍ଡର ତ୍ରାଣକର୍ତ୍ତା ଜଗତପତି ଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରା ଅବସରରେ ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରି ଠାରେ ଶ୍ରୀଗୁଣ୍ଡିଚା ଅବସରରେ ପରମ୍ପରା ଅନୁଯାୟୀ ତିନିଦିନ ଧରି ଚାଲିଥିବା ରଥଯାତ୍ରାର ଅନ୍ତିମ ଦିବସରେ ଶାନ୍ତିଶୃଙ୍ଖଳାର ସହ ରଥଟଣା ଶେଷ ହୋଇଛି । ରଥଟଣାର ପ୍ରଥମ ଦିବସରେ ଅଧାବାଟ ଅର୍ଥାତ୍ ପୋଷ୍ଟଅଫିସରେ ସମ୍ମୁଖରେ ରଥ ଅଟକିଥିଲା । ଦ୍ୱିତୀୟ ଦିବସ ଅପରାହ୍ନ ଚାରିଟା ସମୟରେ ରଥ ଉପରେ ନୀତିକାନ୍ତି ସମାପନ ପରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ଭକ୍ତ ଓ ଶ୍ରଦ୍ଧାଳୁଙ୍କ ହରିବୋଲ, ଜୟ ଜଗନ୍ନାଥ ଧ୍ୱନୀରେ ବଡ଼ଦାଣ୍ଡରେ ରଥ ଗଡି ଚାଲିଥିବାବେଳେ ରଥ ଉପରେ ନିଦେ୍ର୍ଦଶନାର ଭାର ସମ୍ଭାଳିଥିଲେ ନୀଳଗିରି ବିଡ଼ିଓ ବିକ୍ରମ କେଶରୀ ପରିଡ଼ା ଓ ଉପଖଣ୍ଡ ଲୋକସମ୍ପର୍କ ଅଧିକାରୀ ଗୋବର୍ଦ୍ଧନ ବିଶ୍ୱାଳ । ଧାରା ବିବରଣୀ ପ୍ରଦାନ କରିଥିଲେ ଡଃ ପ୍ରଦୀପ୍ତ ମିଶ୍ର ଏବଂ ପଣ୍ଡିତ ମିଶ୍ର । ରଥଟଣା ସମୟରେ ବିଧାୟକ ସନ୍ତୋଷ କୁମାର ଖଟୁଆ, ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜପ୍ରସାଦ ରଥ ଟାଣୁଥିବା ଦେଖିବାକୁ ମିଳିଥିଲା । ଉପଖଣ୍ଡ ପୋଲିସ ଅଧିକ୍ଷକ ପ୍ରମୋଦ କୁମାର ମଲ୍ଲିକଙ୍କ ନେତୃତ୍ୱରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ସହରର ବିଭିନ୍ନ ସ୍ଥାନରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଥିବା ଦେଖିବାକୁ ମିଳିଥିଲା । ବଡ଼ଦାଣ୍ଡରେ ୫୦ହଜାରରୁ ଊର୍ଦ୍ଧ୍ୱ ଭକ୍ତଙ୍କ ସମାଗମ ହୋଇଥିଲା । ରଥରେ ନୀତି ସମ୍ପନ୍ନ ପରେ ଆଡ଼ପମଣ୍ଡପ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି ।