‘ସିଟି ସ୍କାନ୍ ସେବା’ ଶୁଭାରମ୍ଭ

 ସମ୍ବଲପୁର: ଜିଲ୍ଲା ମୁଖ୍ୟ ଚିକିସôାଳୟରେ ସୋମବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର  ପ୍ରଧାନଙ୍କ କରକମଳରେ ଏକ ‘ନିଶୁଳ୍କ ସିଟି ସ୍କାନ୍ ସେବା’ର ଶୁଭାରମ୍ଭ ହୋଇଛି  । ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିସôାଳୟରେ ସିଟି ସ୍କାନ ସର୍ଭିସର ଲୋକାର୍ପଣ ହେବା ଅବସରରେ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ  । ସେ କହିଛନ୍ତି ରାଜ୍ୟରେ ଚିକିସôା ସେବାର ସୁଦୃଢୀକରଣ କରିବା ଦିଗରେ ନୂଆ ସରକାର ବିହିତ ପଦକ୍ଷେପ ନେଉଛନ୍ତି  । ଏହି ସରକାରୀ ହସ୍ପିଟାଲରେ ସିଟି ସ୍କାନ୍ ସେବା ପରିଚାଳନା ପାଇଁ କଟକ ସ୍ଥିତ ଆଡାନେକ୍ସ ହେଲ୍ଥ କେୟାର ପ୍ରାଇଭେଟ୍ ଲିମିଟେଡ୍ ଓଡ଼ିଶା ଷ୍ଟେଟ୍ ମେଡିକାଲ କର୍ପୋରେସନ୍ ଲିମିଟେଡ୍ (ଓଏସ୍ଏମସିଏଲ୍) ସହ ଚୁକ୍ତି ସ୍ୱାକ୍ଷର କରିଛି  ।  ଏହି ଅତ୍ୟାଧୁନିକ ସିଟି ସ୍କାନ୍ ସେବା କାର୍ଯ୍ୟକାରୀ ହେବା ଦ୍ୱାରା ସମ୍ବଲପୁର ସମେତ ଆଖପାଖ ଅଞ୍ଚଳର ଗରିବ ଓ ମଧ୍ୟବିତ୍ତ ବର୍ଗର ଲୋକମାନେ ମାଗଣାରେ ନିଜର ସିଟି ସ୍କାନ୍ କରାଇବା ସହ ବିଶେଷ ଉପକୃତ ହୋଇପାରିବେ  । ଆଜିର ପଦକ୍ଷେପ ପାଇଁ ଶ୍ରୀ ପ୍ରଧାନ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି  । ଏହି ଉଦଘାଟନୀ ସମାରୋହରେ ଓଡ଼ିଶା ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ମନ୍ତ୍ରୀ ରବି ନାରାୟଣ ନାୟକ ଉପସ୍ଥିତ ଥିଲେ  ।