ସେତୁ ନିର୍ମାଣରେ ଅନିୟମିତତା : ମନ୍ତ୍ରୀଙ୍କ ଶିଳାନ୍ୟାସ ଫଳକରେ ଚାଲିଛି ସେତୁ ନିର୍ମାଣ
ଢେଙ୍କାନାଳ : ଢେଙ୍କାନାଳ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ଜିଲ୍ଲାର ଗନ୍ଦିଆ ବ୍ଲକ ପିଙ୍ଗୁଆ ଠାରୁ ଦଶମାଣ ପାଟଣା ରାସ୍ତାର ଉନ୍ନତୀକରଣ କାର୍ଯ୍ୟ ଅତି ନିମ୍ନ୍ନ ମାନର କାର୍ଯ୍ୟ ହେଉଥିବା ଅଭିଯୋଗ ଆସିଛି । ସେତୁ ନିର୍ମାଣ କାର୍ଯ୍ୟ ସ୍ଥାୟୀତ୍ୱକୁ ନେଇ ଆଶଙ୍ଖା ସୃଷ୍ଟି ହେଉଛି । ୨୦୨୪ ଆର୍ଥିକ ବର୍ଷରେ ପ୍ରାୟ ୧୨.୪୮କୋଟି ଟଙ୍କା ବ୍ୟୟ ବରାଦରେ ଢେଙ୍କାନାଳ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପିଙ୍ଗୁଆ ଠାରୁ ଦଶମାଣ ପାଟଣାର ରାସ୍ତା ଉନ୍ନତୀକରଣ ଶୁଭ ଦିଆଯାଇଛି । ଏହାକୁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୁଷ୍ଣଚନ୍ଦ୍ର ପାତ୍ର ଶିଳାନ୍ୟାସ କରିଥିଲେ ।
ଉକ୍ତ ରାସ୍ତାଟି ଢେଙ୍କାନାଳ-ଯାଜପୁର ଜିଲ୍ଲାକୁ ସଂଯୋଗ କରୁଛି । ପ୍ରତ୍ୟକ ଦିନ ଶହ ଶହ ଯାନ ବାହାନ ଉକ୍ତ ରାସ୍ତା ଦେଇ ଦୁଇ ଜିଲ୍ଲାକୁ ଯିବା ଆସିବା କରିଥାନ୍ତି । ବିନା ସୂଚନା ଫଳକରେ ରାସ୍ତା ନିର୍ମାଣ କାର୍ଯ୍ୟକୁ ନେଇ ସାଧାରଣରେ ସନେ୍ଦହ ସୃଷ୍ଟି ହେଉଛି । ସରକାରୀ ନିଦେ୍ର୍ଦଶ ପ୍ରତ୍ୟକ ନିର୍ମାଣ ପୂର୍ବରୁ ପ୍ରଥମେ ସୂଚନା ଫଳକ ଲଗାଇବାକୁ ନିଦେ୍ର୍ଦଶ ରହିଛି । କିନ୍ତୁ ଏଠାରେ କିଭଳି ଭାବରେ ବେଆଇନ କାର୍ଯ୍ୟ କରାଯାଉଛି ତାହା ସାଧାରଣରେ ଆଲୋଚନର ବିଷୟ ପାଲଟିଛି । ଠିକା ସଂସ୍ଥା କିଏ ଏବଂ କେଉଁ ବିଭାଗର କାମ କରାଯାଉଛି, ଏହାର କାର୍ଯ୍ୟର ସମୟ ସୀମା କେଉଁ ବର୍ଷ ପର୍ଯ୍ୟନ୍ତ ରହିଛି ତାହା ସ୍ପଷ୍ଟ କରାଯାଇନାହିଁ । ଯାହାକି ସାଧାରଣ ଜନତାଙ୍କୁ ଅନ୍ଧାରେ ରଖାଯାଉଛି । ମନ୍ତ୍ରୀଙ୍କ ଶିଳାନ୍ୟାସ ଫଳକରେ ଠିକାଦାର କାମ ଚଳାଉଥିବାର ଦେଖିବାକୁ ମିଳିଛି । ଏହି ରାସ୍ତାର ତିନିଗୋଟି ସେତୁ ନିର୍ମାଣ କାର୍ଯ୍ୟ ଚାଲୁରହିଛି । ସେତୁ କାର୍ଯ୍ୟ ଅତିନିମ୍ନମାନର ହେଉଥିବାର ସାଧାରଣ ଜନତା ଅଭିଯୋଗ କରିଛନ୍ତି । ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଇଥିବାରୁ ସେତୁ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି । ବ୍ୟବହାର ହେଉଥିବା ସିମେଣ୍ଟ ଖୋଲା ଆକାଶ ତଳେ ରଖାଯାଇ ବ୍ୟବହାର କରାଯାଉଥିବାର ଅଭିଯୋଗ ଆସିଛି । ଯାହା ସେତୁ ସ୍ଥାୟୀତ୍ୱକୁ ନେଇ ପ୍ରଶ୍ନ ଉଠିଛି । ଅନେକ ସମୟରେ ସେତୁ ନିର୍ମାଣ ପ୍ରତି ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ତଦାରଖ କରାଯାଉନାହିଁ । ଏଥି ପ୍ରତି ଜିଲ୍ଲାପାଳ ଦୁଷ୍ଟିଦେବାକୁ ଢେଙ୍କାନାଳ-ଯାଜପୁର ଜିଲ୍ଲା ସୀମାନ୍ତବର୍ତ୍ତୀ ଜନସାଧାରଣଙ୍କ ଦାବି ହେଉଛି । ତେବେ ଏ ସମ୍ପର୍କରେ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରିବାରେ ଯୋଗାଯୋଗ ହୋଇପାରି ନ ଥିଲା ।