ଚନ୍ଦନ ଉତ୍ସବ କମିଟି ପ୍ରସ୍ତୁତି ବୈଠକ
ବାଲେଶ୍ୱର : ଗଡ଼ଗଡ଼ିଆ ଚନ୍ଦନ ଉତ୍ସବ କମିଟିର ଚଳିତ ବର୍ଷ ଉତ୍ସବ ପାଳନ ପାଇଁ ଏକ ବୈଠକ କାର୍ଯ୍ୟକାରୀ ସଭାପତି ହିମାଂଶୁ ଶେଖର ଦାସଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଛି । ଅନୁପ କୁମାର ଦାସଙ୍କ ସଭାପତିତ୍ୱରେ ହୋଇଥିବା ବୈଠକରେ ଚଳିତ ବର୍ଷର ରାଧାକୃଷ୍ଣ ଜୀଉଙ୍କ ଚନ୍ଦନ ଉତ୍ସବ ପାଳନ ସମ୍ପର୍କରେ ବିଭିନ୍ନ ପ୍ରସ୍ତାବ ଆଗତ ହୋଇ ସିଦ୍ଧାମାନ ଗ୍ରହଣ କରାଯାଇଥିଲା । ଚଳିତ ବର୍ଷ ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ନୂତନ କର୍ମକର୍ତ୍ତା ସମସ୍ତ ସଭ୍ୟଙ୍କ ଦ୍ୱାରାଚୟନ ହୋଇଥିଲେ ।କର୍ମକର୍ତ୍ତା ସ୍ୱର୍ଗତ ଗଜେନ୍ଦ୍ର ପ୍ରସାଦ ଦାସ ଓ ସ୍ୱର୍ଗତ ହରିସଦନ ମୁଖାର୍ଜୀ ଇହଧାମ ତ୍ୟାଗକରିଥିବାରୁ ତାଙ୍କର ଆତ୍ମାର ସଦ୍ଗତି ପାଇଁ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଚଳିତବର୍ଷ ସଭ୍ୟମାନେ କାର୍ଯ୍ୟକର୍ତ୍ତା ଭାବେ ଚୟନ ହୋଇଥିଲେ । ସୁଧାସିନ୍ଧୁ ପଣ୍ଡା ସଭାପତି, ଅମର କୁମାର ସେନ କାର୍ଯ୍ୟକାରୀ ସଭାପତି, ହିମାଂଶୁ ଶେଖର ଦାସ ଉପସଭାପତି, ଶ୍ରୀମନ୍ତ ମାଝୀ ଉପସଭାପତି, ବିଦ୍ୟାଧର ପଣ୍ଡା ସମ୍ପାଦକ, ରଞ୍ଜିତ ମୁଖାର୍ଜୀ ଯୁଗ୍ମସମ୍ପାଦକ, ସୁବାଶିଷ ନାୟକ ଓ ଚିରିବୀ ଚୌଧୁରୀ-ସହସମ୍ପାଦକ, ସୁମନ୍ତ ମହାପାତ୍ର ସହସମ୍ପାଦକ, ଶୁଭ୍ରାଂଶୁ ଦିକ୍ଷିତ ଓ ଦୀପକ କୁମାର ଦାସ କୋଷାଧ୍ୟକ୍ଷ । ଏଥି ସହିତ ଉତ୍ସବର ସୁପରିଚାଳନା ପାଇଁ ଅନୁପ ଦାସ, ସୁବ୍ରତ ଦାସ, ଚନ୍ଦନ ମହାନ୍ତି, ପ୍ରତାପ ଚନ୍ଦ୍ର ନାୟକ ଓ ବଂଶୀଧର ଦଳେଇଙ୍କୁ ଉପଦେଷ୍ଟା ମଣ୍ଡଳୀ ଭାବେ ଚୟନ କରାଗଲା । ସର୍ବସମ୍ମତିକ୍ରମେ ଉମାକାନ୍ତ ମହାପାତ୍ରଙ୍କୁ ପୃଷ୍ଠପୋଷକ ସଦସ୍ୟ ଭାବେ ଗ୍ରହଣ କରାଗଲା । ପ୍ରତ୍ୟେକ ବର୍ଷ ଭଳି ଏ ବର୍ଷ ମଧ୍ୟ ଚନ୍ଦନ ଉତ୍ସବ ୭ ଦିନ ଧରି ପାଳିତ ହେବାପାଇଁ ସ୍ଥିରକରାଗଲା । ଚନ୍ଦନ ଉତ୍ସବର ସାଂସ୍କୃତିକ ଓ ଆଧ୍ୟାମିôକ କାର୍ଯ୍ୟକ୍ରମର ଚୁଡ଼ାନ୍ତ ନିଷ୍ପତ୍ତି ଆସନ୍ତା ବୈଠକରେ କରାଯିବା ପାଇଁ ସ୍ଥିରହେଲା ।