କେଉଁ ସ୍ୱାର୍ଥରେ ନୟନଯୋରୀ ଢଳେଇ ଡ୍ରେନ

 ନିଶ୍ଚିନ୍ତକୋଇଲି :  ରାଜ୍ୟ ରାଜପଥ କଟକ-ଚାନ୍ଦବାଲି ରାସ୍ତାର ଅନେକ ସ୍ଥାନରେ ରାସ୍ତାର ଦକ୍ଷିଣ ପାଶ୍ୱର୍ ନୟନଯୋରୀରେ ବର୍ଷା ଜଳ ନିଷ୍କାସନ ପାଇଁ ଏବେ ନୟନଯୋରୀର ତଳା ଢଳେଇ କାର୍ଯ୍ୟ ଚାଲୁ ରହିଛି । ଏହାଛଡା ଉଭୟ ପାଶ୍ୱର୍ରେ ମଧ୍ୟ  ଢଳେଇ କାନ୍ଥ ଉଠାଯାଇ ଉପରେ ସ୍ଲାବ୍ ପକାଯାଉଛି । ଏ ବାବଦରେ କୋଟି କୋଟି ଟଙ୍କା ଅର୍ଥ ସରକାର ବ୍ୟୟ କରୁଛନ୍ତିି । 
ରାସ୍ତାର ସବୁ ସ୍ଥାନରେ ଚଉଡା ସମାନ ନାହିଁ କି ରାସ୍ତାର ଉଚ୍ଚା ସମାନ ନାହିଁ । ଯେଉଁଠି ରାଜ୍ୟ ରାଜପଥଠାରୁ ନୟନଯୋରୀ ମଧ୍ୟରେ ରାସ୍ତାର ଚଉଡା କମ୍ ବା ଅଣ ଚଉଡା ସେ ସ୍ଥାନରେ ମଧ୍ୟ ଡ୍ରେନେଜ୍ କାମ ଚାଲିଛି । ଶୁଣିବାକୁ ମିଳୁଛି ନିକଟ ଭବିଷ୍ୟତରେ ସରକାରଙ୍କ ପକ୍ଷରୁ ଏହି ରାଜ୍ୟରାଜପଥ କଟକ-ଚାନ୍ଦବାଲି ରାସ୍ତାର ପ୍ରଶସ୍ତୀକରଣ ହେବାର ଅଛି । ଯଦି ପୁଣି ରାସ୍ତାର ପ୍ରଶସ୍ତୀକରଣ କାର୍ଯ୍ୟ ହୁଏ ତାହାହେଲେ ଏବେ ନୟନଯୋରୀରେ ଯେଉଁ ଢଳେଇ କାର୍ଯ୍ୟ ହେଉଛି ତାହା କେଉଁ କାମରେ ଲାଗିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯଦି ଆଗାମୀ ଦିନରେ ଏହି ରାସ୍ତାର ପ୍ରଶସ୍ତୀକରଣ କାର୍ଯ୍ୟ ହୁଏ ତାହାହେଲେ ବର୍ତ୍ତମାନ ନିର୍ମାଣ ହେଉଥିବା ନୟନଯୋରୀର ଏହି ଢଳେଇ ନାଳିରେ ଯେଉଁ ଅର୍ଥ ଖର୍ଚ୍ଚ କରାଯାଉଛି ତାହା ପାଣିରେ ପଡିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ତେଣୁ ବେଳହୁଁ ସାବଧାନ ହୋଇ କାର୍ଯ୍ୟ କଲେ ସରକାରୀ ଅର୍ଥର ଅପବ୍ୟୟକୁ ରୋକାଯାଇ ପାରିବ ।