ସୋମେଶ ଓଜେଏସ୍ ଟପ୍ପର୍ :୩୩ ପ୍ରାର୍ଥୀଙ୍କ ମଧ୍ୟରେ ୨୪ ମହିଳା

ଭୁବନେଶ୍ୱର : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍) ପକ୍ଷରୁ ଆଜି ଓଜେଏସ୍-୨୦୨୩ ପରୀକ୍ଷା ଫଳାଫଳ ଘୋଷଣା କରାଯାଇଛି । ସିଭିଲ୍ ଜଜ୍ ପଦବୀରେ ନିଯୁକ୍ତି ପାଇଁ ଆଜି ୩୩ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିବା ବେଳେ ଏମାନଙ୍କ ମଧ୍ୟରେ ୨୪ ଜଣ ରହିଛନ୍ତି ମହିଳା ପ୍ରାର୍ଥୀ । ଏହି ପରୀକ୍ଷାରେ ସୋମେଶ ରାଣାବିଜୁଳି ଟପର୍ ହୋଇଥିବା ବେଳେ ଦ୍ୱିତୀୟରେ ଅରୁଣିମା ପତି ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ପାୟଲ୍ ଆଟ୍ଟା ।
ସୂଚନା ଯେ, ଓପିଏସ୍ସିର ୨୦୨୩-୨୪ ବିଜ୍ଞାପନ ସଂଖ୍ୟା ୩୦ ଅନୁଯାୟୀ, ଓଜେଏସ୍-୨୦୨୩ରେ ସିଭିଲ୍ ଜଜ୍ ପଦବୀରେ ନିଯୁକ୍ତି ପାଇଁ ଯୋଗ୍ୟତା କ୍ରମରେ ୩୩ (୨୪-ମହିଳା) ପ୍ରାର୍ଥୀଙ୍କ ନାମ ସୁପାରିଶ କରିଛନ୍ତି । ସମ୍ପୂର୍ଣ୍ଣ ବିବରଣୀ ପାଇଁ ସଫଳ ପ୍ରାର୍ଥୀମାନେ ଓପିଏସ୍ସି ପୋର୍ଟାଲ ଙ୍ଗଙ୍ଗଙ୍ଗ.କ୍ଟକ୍ଟ୍ରଗ୍ଦମ.ଶକ୍ଟଙ୍ଖ.ସଦ୍ଭ ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଛି । ଏଠାରେ ଉଲ୍ଲେଖନୀୟ ଯେ ଓପିଏସ୍ସି ମୋଟ ୩୪ଟି ଖାଲି ପଦବୀ ପୂରଣ ପାଇଁ ସିଭିଲ୍ ଜଜ୍ (ବରିଷ୍ଠ ବିଭାଗ) ନିଯୁକ୍ତି ପାଇଁ ଓଡ଼ିଶା ଜୁଡିସିଆଲ୍ ସର୍ଭିସେସ୍ (ଓଜେଏସ୍) ୨୦୨୩ ପରୀକ୍ଷା କରିଥିଲା । ଏଥିମଧ୍ୟରୁ ୧୧ଟି ସିଟ୍ ମହିଳା ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ଥିଲା ।