ସ୍ମାର୍ଟ ବଜାରରୁ ଚୋରି; ୨ ଗିରଫ
ଭୁବନେଶ୍ୱର, ୧୯ା୧୨ : ନୟାପଲ୍ଲୀ ଠାରେ ଥିବା ସ୍ମାର୍ଟ ବଜାରକୁ ଗ୍ରସରୀ ସାମଗ୍ରୀ କିଣିବାକୁ ଯିବା ବାହାନାରେ ସେଠାରୁ ଚୋରି କରିବା ଫେରାର ହୋଇଯାଇଥିଲେ । ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ୨ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ, ତମାଣ୍ଡୋ ଅଞ୍ଚଳରେ ରହୁଥିବା ଦୀପକ କୁମାର ସାହୁ ଓ ରାକେଶ କୁମାର ସାହୁ ।
ସୂଚନା ଯୋଗ୍ୟଯେ, ଅଭିଯୋଗକାରୀ ଶୈଳେନ୍ଦ୍ର ଜେନା ନୟାପଲ୍ଲୀ ଠାରେ ଥିବା ସ୍ମାର୍ଟ ବଜାରରେ ଆସିଷ୍ଟାଣ୍ଟ ସେଲ୍ସ ମ୍ୟାନେଜର ଭାବେ କାର୍ଯ୍ୟ କରନ୍ତି । ଗତ କାଲି ଅବା ୧୮ ତାରିଖ ସନ୍ଧ୍ୟାରେ ଉଭୟ ଅଭିଯୁକ୍ତ ଉକ୍ତ ସ୍ମାର୍ଟ ବଜାରରୁ ବିଭିନ୍ନ ଗ୍ରସରୀ ସାମଗ୍ରୀ ସବୁକୁ କୌଣସି କ୍ରମେ ଚୋରି କରି ନେଇଯାଇଥିଲେ । ଚୋରି ବିଷୟରେ ଜଣାପଡ଼ିବା ପରେ ଅଭିଯୋଗକାରୀ ମ୍ୟାନେଜର ନୟାପଲ୍ଲୀ ଥାନାକୁ ଯାଇ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ସ୍ମାର୍ଟ ବଜାରର ସିସିଟିଭି କ୍ୟାମେରାକୁ ଯାଞ୍ଚ କରି ଦୁଇ ଅଭିଯୁକ୍ତଙ୍କୁ ସିଆରପି ଛକ ନିକଟରୁ କାବୁ କରାଯାଇଥିଲା । ସେମାନଙ୍କ ତଲାସି ବେଳେ ସେମାନଙ୍କ ଠାରୁ ଚୋରି ସାମଗ୍ରୀ ମଧ୍ୟ ଜବତ କରାଯାଇଛି ।