ସ୍ୱାଗତ ଓ ବିଦାୟ ସମ୍ବର୍ଦ୍ଧନା
ନୂଆପଡା : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ କୂଳିଆଡଙ୍ଗରୀ କ୍ଲଷ୍ଟର ସ୍ଥିତ ଫୁରୁସୁଣ୍ଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ସ୍ୱାଗତ ଓ ବିଦାୟକାଳୀନ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦାୟୀ ସିଆରସିସି ମହେଶ୍ୱର ଗୁଆଲଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜଣାଇଥିବାବେଳେ ନୂତନ ସିଆରସିସି ଜଗଦିଶ ତାଣ୍ଡିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ସେହିପରି ବରିଷ୍ଠ ଶିକ୍ଷକ ମନୋଜ କୁମାର ପାଣିଗ୍ରାହୀଙ୍କୁ ମଧ୍ୟ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବେ ବରିଷ୍ଠ ଶିକ୍ଷକ ପଙ୍କଜ ପାତ୍ର, ସମ୍ମାନିତ ଅତିଥି ଭାବେ ଖଗେଶ୍ୱର ନାଏକ, ବଂଶୀଧର ଜଗତ, ସୁଦର୍ଶନ ଭୋଇ ପ୍ରମୁଖ ମଞ୍ଚାସୀନ ରହିଥିବାବେଳେ ବରିଷ୍ଠ ଶିକ୍ଷକ ପବିତ୍ର ଦୁରିଆ ଅଭିଭାଷଣ ପ୍ରଦାନ କରିବା ସହ ଆଲୋକ ପାଣିଗ୍ରାହୀ ଧନ୍ୟବାଦ୍ ଅର୍ପଣ କରିଥିଲେ । କ୍ଲଷ୍ଟରର ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । ଏହି ଅବସରରେ ବିଦାୟୀ ଶିକ୍ଷକ ଓ ସିଆରସିସିଙ୍କ ଅନେକ ଗୁଣାବଳୀ ଉପରେ ଅତିଥିମାନେ ଆଲୋକପାତ କରିଥିଲେ ।